ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

September 21, 2017, 12:28 pm

ରାଜ୍ୟ

ଜଳିଗଲା କପା ଗୋଦାମ

April 13, 2017

 ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଉପକଣ୍ଠ ରିଲାଏନ୍ସ ପେଟ୍ରୋଲ ପମ୍ପ ପଛପଟେ ଥିବା କପା ଗୋଦାମରେ ନିଆଁ ଲାଗି ପ୍ରାୟ ୩ କୋଟି ଟଙ୍କାର କପା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଘଟଣାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଦମକଳବାହିନୀର ଆପ୍ରାଣ ଉଦ୍ୟମ ସତ୍ତ୍ୱେ ନିଆଁ ଆୟତ୍ତ ହୋଇ ପାରିନାହିଁ ।

ଅଧିକ ଖବର...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନବୀନ ବିମୁଦ୍ରାୟନକୁ ପ୍ରଶଂସା

November 21, 2016

ଭୁବନେଶ୍ୱର, ୨୧ା୧୧ (ନି.ପ୍ର): କେନ୍ଦ୍ର ସରକାରଙ୍କ ବିମୁଦ୍ରାୟନ ପଦକ୍ଷେପକୁ ହୃଦୟଖୋଲା ପ୍ରଶଂସା କରିଛି ଓଡ଼ିଶା । ନୂଆଦିଲ୍ଲୀରେ ସୋମବାର ସଂସଦ ଭବନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ଓ
କଳାଧନ ବିରୋଧରେ ଏପରି ପଦକ୍ଷେପ ସମୟୋପଯୋଗୀ ବୋଲି ଉଲ୍ଲେଖ କରି କେନ୍ଦ୍ରର ପଦକ୍ଷେପକୁ ସମର୍ଥନ ଜଣାଇଛନ୍ତି  ।

ଅଧିକ ଖବର...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳାହାଣ୍ଡି ସରକାରୀ ମେଡିକାଲ କଲେଜର ଶିଳାନ୍ୟାସ

November 16, 2016

ପୁଣି ଉଠାଇଲେ କେନ୍ଦ୍ର ଅବହେଳା ପ୍ରସଙ୍ଗ

ଭବାନୀପାଟଣା, ୧୬ା୧୧ (ନି.ପ୍ର): କେନ୍ଦ୍ର ସରକାର ଓଡ଼ିଶା ପ୍ରତି ସବୁବେଳେ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି । ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାକୁ ଅକୁଣ୍ଠ ଚିତ୍ତରେ ସହାୟତା ପ୍ରଦାନ କରିବା କଥା । କିନ୍ତୁ ଉପା ସରକାର ସମୟରେ ଓଡ଼ିଶା ପ୍ରତି ଯେଭଳି ଅବହେଳା କରାଯାଉଥିଲା ମୋଦି ସରକାରରେ ମଧ୍ୟ ତା’ର ପୁନରାବୃତ୍ତି ଘଟୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଗସ୍ତ ଅବସରରେ କହିଛନ୍ତି । ଏହି ଅବସରରେ ସେ କଳାହାଣ୍ଡି ଜିଲାରେ ୫୦୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ସରକାରୀ ମେଡିକାଲ କଲେଜ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ୨୦୧୭-୧୮ ମସିହାରେ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ ଭବାନୀପାଟଣା ନିକଟ ଭଙ୍ଗାବାରିଠାରେ ଅନୁଷ୍ଠିତ ମହିଳା ସମାବେଶରେ ଘୋଷଣା କରିଛନ୍ତି । କୌତୁହଳପ୍ରଦ ହେଲା, ମୁଖ୍ୟମନ୍ତ୍ରୀ ଏ ସବୁ ଶିଳାନ୍ୟାସ ଓ ଉଦଘାଟନ ସ୍ଥାନକୁ ଯାଇ ନ ଥିଲେ; ବରଂ ବିରୋଧୀ ଦଳର ବିରୋଧ ଆଶଙ୍କାରେ ଭଙ୍ଗାବାରିଠାରେ ପ୍ରତୀକାତ୍ମକ ଭାବେ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ସ୍ଥାନରେ ବିଭିନ୍ନ ୮ଟି ପ୍ରକଳ୍ପ ଉଦ୍ଘାଟନ ଓ ୬ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ପରବର୍ତ୍ତୀ ସମୟରେ ଏଠାରୁ ୧୪ଟି ଯାକ ଫଳକ ନେଇ ନିର୍ଦ୍ଧାରିତ ପ୍ରକଳ୍ପ ସ୍ଥାନରେ ଲଗାଯିବ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ଆଶଙ୍କାରେ ପୁଲିସ ୬ ଜଣ କଂଗ୍ରେସ କର୍ମୀଙ୍କୁ ଆଗୁଆ ଅଟକ ରଖି ପରେ ଛାଡ଼ିଛି ।

ଅଧିକ ଖବର...

ମୋଦିଙ୍କୁ ନବୀନଙ୍କ ଚିଠି

November 16, 2016

ଭୁବନେଶ୍ୱର, ୧୬ା୧୧ (ନି.ପ୍ର): ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବଦଳ ପ୍ରକ୍ରିୟାରୁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକୁ ବଞ୍ଚିତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି  । କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ଏହାର ସହବନ୍ଧିତ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ କୃଷିଋଣ ପ୍ରଦାନ ଏବଂ ଧାନ କ୍ରୟ
କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଏଠାରେ ଟଙ୍କା ଅଦଳବଦଳ ଓ ଜମା ନେଇ ପ୍ରତିବନ୍ଧକ ଉଠାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଅନୁରୋଧ କରି ଚିଠି ଲେଖିଛନ୍ତି  ।

ଅଧିକ ଖବର...

୧୦ ଟଙ୍କିଆ ମୁଦ୍ରା ଅଚଳ ଗୁଜବ

November 14, 2016

ଭୁବନେଶ୍ୱର, ୧୩ା୧୧ (ନି.ପ୍ର): ଦେଶରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ କାରବାର ବନ୍ଦ ହେବା ଘୋଷଣା ହେବା ପରେ ଚାରିଆଡେ ବ୍ୟାଙ୍କ ଏବଂ ଏଟିଏମ୍‌ କାଉଣ୍ଟରେ ଜୋରଦାର ଭିଡ ଲାଗି ରହିଛି । ଏଭଳି ପରିସ୍ଥିତିର ଫାଇବା ଉଠାଇବାକୁ ଯାଇ କିଛି ଖଳପ୍ରକୃତିର ଲୋକ ବଜାରରେ  ନକଲି ୧୦ ଟଙ୍କିଆ ମୁଦ୍ରା ଆସିଥିବା ବାର୍ତ୍ତା ପ୍ରଚାର କରିଛନ୍ତି । ଏହି ଗୁଜବ ପ୍ରଚାର ହେବା ପରେ ନକଲି ୧୦ ଟଙ୍କିଆକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ବିବାଦ ଦେଖାଦେଇଛି ।

ଅଧିକ ଖବର...

ଓଏସଏସଟିଇଟି ଗାଇଡଲାଇନ ଜାଲରେ ବିଏଡ୍‌ ଯୋଗ୍ୟତାଧାରୀ

November 14, 2016

ଭୁବନେଶ୍ୱର,୧୩ ।୧୧(ନି.ପ୍ର) : ବିଏଡ୍‌ ପଢିବା ପାଇଁ ସରକାର ଗୋଟିଏ ନିୟମ ପ୍ରଣୟନ କରିଛନ୍ତି । ହେଲେ ଏବେ ହାଇସ୍କୁଲସ୍ତରରେ ଶିକ୍ଷକ ନିଯୁକ୍ତି ପାଇଁ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଏଜୁକେସନ ଟେଷ୍ଟ(ଓଏସଏସଟିଇଟି) ନିୟମ ଲାଗି ଆବେଦନ କରିବା ବେଳକୁ ଆଉ ଗୋଟିଏ ନିୟମ ବାହାର କରୁଛନ୍ତି । ଓଏସ୍‌ଏସ୍‌ଟିଇଟି ଗାଇଡ଼ଲାଇନ ଜାଲରେ ରାଜ୍ୟର ହଜାର ହଜାର ବେକାର ବିଏଡ୍‌ ଯୋଗ୍ୟତାଧାରୀଙ୍କ ଶିକ୍ଷକ ହେବା ଆଶା ଧୂଳିସାତ୍‌ ହୋଇଯିବ ବୋଲି  ଅଭିଯୋଗ ହୋଇଛି ।

ଅଧିକ ଖବର...

ଜାପାନୀ ଜ୍ୱରର କାରଣ ଖୋଜୁଛନ୍ତି କେନ୍ଦ୍ରୀୟ ଦଳ ରୋଗ ବାଣ୍ଟୁଛି ବଣଚାକୁଣ୍ଡା!

November 14, 2016

ମାଲକାନଗିରି, ୧୩ା୧୧ (ସ.ପ୍ର): ମାଲକାନଗିରି ଜିଲାରେ ଜାପାନୀ ଜ୍ୱରରେ ଶିଶୁ ମୃତୁ୍ୟ ଥମିବାର ନା' ନେଉ ନ ଥିବା ବେଳେ ବର୍ତ୍ତମାନ ଶିଶୁ ମୃତୁ୍ୟର କାରଣ ଖୋଜୁଛି କେନ୍ଦ୍ରୀୟ ପ୍ରତିନିଧି ଦଳ । ଜାପାନୀ ଏନ୍ସେଫାଲାଇଟିସ୍ରେ ମୃତୁ୍ୟ ସଂଖ୍ୟା ମାତ୍ର ୩୦ ହୋଇଥିବା ବେଳେ ଅନ୍ୟ ରୋଗରେ ପ୍ରାୟ ୬୦ଜଣ ମରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଫେଇ ଦିଆଯାଉଛି ।

ଅଧିକ ଖବର...

ଜଙ୍ଗଲ ଜଗିିଛନ୍ତି ଅମିନଗୁଡ଼ାର ମହିଳା

November 10, 2016

ଅମିନଗୁଡ଼ା ଗ୍ରାମର ମହିଳାମାନେ ଦୀର୍ଘ ୨୦ବର୍ଷ ଧରି ଜଙ୍ଗଲ ସୁରକ୍ଷା କରିଆସିଛନ୍ତି । ଏହି ସ୍ୱୟଂ ସହାୟକ ଦଳର କାର୍ଯ୍ୟଶୈଳୀ ନିଆରା । ମହିଳାମାନେ ପୁରୁଷଙ୍କ ଭଳି ଜଙ୍ଗଲକୁ ଯାଇ ଜାଳେଣି କାଠ ଓ ଫଳମୂଳ ସଂଗ୍ରହ କରିଥାନ୍ତି । କିନ୍ତୁ ସେମାନେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି, ଯେଉଁଥିରେ ସେମାନେ ଜଙ୍ଗଲକୁ ଜଗିଥାନ୍ତି । ପ୍ରତିଦିନ ନିଜର ଘର କାମ ଧନ୍ଦା ସରିଲା ପରେ ସେମାନେ ପାଖ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଚାଲିଯାଇଥାନ୍ତି । ଜଙ୍ଗଲରୁ କେହି ଗଛ କାଟୁଥିଲେ, କେହି ନିଆଁ ଲଗାଇ ଦେଉଥିବା ଉପରେ ବିଶେଷ ନଜର ରଖିଥାନ୍ତି ଏହି ମହିଳାମାନେ । ସେମାନଙ୍କୁ ଏଥିରେ ସହାୟତା କରିଥାନ୍ତି ଗ୍ରାମର ପୁରୁଷ ଲୋକେ । ଜଙ୍ଗଲ ସୁରକ୍ଷା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ ଏବଂ ସଶକ୍ତ କରିବା ଲାଗି ଏହି ଏସ୍‌ଏଚ୍‌ଜିର ମହିଳାମାନେ ଏକ ବନ ସୁରକ୍ଷା ସମିତି ଗଠନ କରିଛନ୍ତି । କୋରାପୁଟ ବନ ବିଭାଗ ତଦାରଖରେ ଗଢ଼ାଯାଇଛି ଏହି ସମିତି । ଜଙ୍ଗଲକୁ ସେମାନେ ପରିବାରରେ ପାଳନ କରାଯାଉଥିବା ସମସ୍ତ ପର୍ବପର୍ବାଣୀ ସହ ଯୋଡ଼ିଦେଇଛନ୍ତି । ରାକ୍ଷୀ ପୂର୍ଣ୍ଣିମାରେ ମହିଳାମାନେ ଜଙ୍ଗଲକୁ ଯାଇ ଗଛଗୁଡ଼ିକୁ ଫୁଲ, ଚନ୍ଦନ, ସିନ୍ଦୂର ଦେଇ ଦୀପ ଲଗାଇ ପୂଜା କରିଥାଆନ୍ତି । ସେମାନଙ୍କର ଏହି କାର୍ଯ୍ୟଶୈଳୀ ସମସ୍ତଙ୍କ ଦୃଷ୍ଟିଆର୍କଷଣ କରିଛି । ସରକାର ଏମାନଙ୍କ କାର୍ଯ୍ୟଶୈଳୀରେ ଆକର୍ଷିତ ହୋଇ ବିଜୁ ପଟ୍ଟନାୟକ ଆୱାର୍ଡ ଓ ବନସଂରକ୍ଷଣ ସମିତିକୁ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଛି ।

ଅଧିକ ଖବର...

ରାସ୍ତାରେ ପଢ଼ିଲେ ଛାତ୍ରଛାତ୍ରୀ

November 10, 2016

ଘଟଣାଟି କିଛି ଏହିପରି । ୧୯୫୬ ମସିହାରେ ସ୍ୱର୍ଗତ ଅରକ୍ଷିତ ନାୟକଙ୍କ ଗୁରଙ୍ଗସ୍ଥ ଖାତା ନମ୍ବର ୧୩, ପ୍ଲଟ୍‌ ନମ୍ବର ୩୩୪ର ପ୍ରାୟ ୭ ଗୁଣ୍ଠ ଜମି ଉପରେ ଏକ ସେବାଶ୍ରମ ସ୍କୁଲ୍‌ ପ୍ରତିଷ୍ଠା କରାଯାଇଥିଲା । ସରକାରଙ୍କ ଜିଲା ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଏନେଇ ପଦକ୍ଷେପସ୍ୱରୂପ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେତେବେଳେ ଅରକ୍ଷିତ ନିଜ ଜମିକୁ ବିଦ୍ୟାଳୟ ପାଇଁ ସରକାରଙ୍କୁ ଯୋଗାଇ ଦେଇଥିବାରୁ ପ୍ରତିବଦଳରେ ତାଙ୍କୁ ଅନ୍ୟତ୍ର ଏକ ଜମି ପ୍ରଦାନ କରାଯିବକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଇତିମଧ୍ୟରେ ଅରକ୍ଷିତଙ୍କ ମୃତୁ୍ୟ ହୋଇଥିବା ବେଳେ ରଜନୀନାୟକଙ୍କ ସମେତ ୪ ପୁଅଙ୍କ ମଧ୍ୟରୁ ୩ ଜଣ ପ୍ରତିଶ୍ରୁତି ମୁତାବକ ଜମି ଯୋଗାଇଦେବାକୁ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି ।

ଅଧିକ ଖବର...

ମହାମାରୀ ରୂପ ନେଉଛି ଜାପାନୀ ଜ୍ୱର; ଆଖି ବୁଜିଲେ ୩ ଶିଶୁ, ସଂଖ୍ୟା ୮୩ ଛୁଇଁଲା

October 28, 2016

ମାଲକାନଗିରି, ୧ା୧୧ (ସ.ପ୍ର): ମାଲକାନଗିରି ଜିଲାରେ ଜାପାନୀ ମସ୍ତିଷ୍କ ଜ୍ୱରର ପ୍ରକୋପ ଥମିବାର ନାଁ ଧରୁନି । ଏହା ମହାମାରୀର ରୂପ ନେଲାଣି । ଦୈନିକ ଏକାଧିକ ଶିଶୁଙ୍କ ଏହି ଜ୍ୱରରେ ମୃତୁ୍ୟ ଘଟୁଛି । ମଙ୍ଗଳବାର ପୁଣି ୩ଜଣ ଶିଶୁଙ୍କ ଜୀବନ ଲିଭିଛି । ଫଳରେ ମୃତୁ୍ୟସଂଖ୍ୟା ୮୩ରେ ପହଞ୍ଚôଛି । ମାଲକାନଗିରି ବିଧାୟକ ମାନସ ମାଡକାମିଙ୍କ ନିଜ ଗ୍ରାମ ଡଙ୍ଗସ୍ଖାଲର ୩ ବର୍ଷର ଝିଅ ରାଶି ମାଢି, ସୁକୁମା ଜିଲା ଉକାନା ଗ୍ରାମର ଚାରିବର୍ଷର ପୁଅ ସଞ୍ଜୟ କାଶ୍ୟପ ଓ ମାଲକାନଗିରି ସଦର ମହକୁମା ଠାରୁ ମାତ୍ର ୬ କିଲୋମିଟର ଦୂର ଦାନିଗୁଡା ଗ୍ରାମର ରମେଶ ପଡିଆମିଙ୍କ ମୃତୁ୍ୟ ହୋଇଛି ।

ଅଧିକ ଖବର...

ଆମକୁ ବଞ୍ଚାନ୍ତୁ

October 28, 2016

ମାଲକାନଗିରି, ୧ା୧୧ (ସ.ପ୍ର): ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋଗରେ ଆମ ଗାଁର ୧୦ରୁ ଅଧିକ ଶିଶୁଙ୍କ ମୃତୁ୍ୟ ଘଟିଲାଣି । ବହୁ ପିଲା ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ମୋର କେତେକ ସାଙ୍ଗଙ୍କର ମଧ୍ୟ ମୃତୁ୍ୟ ଘଟିଛି । ତେବେ ଆମ ଗାଁର ଶିଶୁ ମାନଙ୍କୁ ଏହି ରୋଗଦାଉରୁ ବଞ୍ଚାଇବା ପାଇଁ ନିବେଦନ କରିଛନ୍ତି କୋରୁକୋଣ୍ଡା ବ୍ଲକ ଶିଖପାଲ୍ଲୀ ପଞ୍ଚାୟତ ପାଲକୋଣ୍ଡା ଗ୍ରାମର ଚତୁର୍ଥ ଶ୍ରେଣୀ ଛାତ୍ର ଉମେଶ ମାଢି ।

ଅଧିକ ଖବର...

ବାପୁ ଓ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

October 28, 2016

ଏହି ଅବସରରେ ବାପୁଙ୍କ ସମାଧିସ୍ଥଳ ରାଜଘାଟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଉପରାଷ୍ଟ୍ରପତି ହମୀଦ୍ ଅନସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି

ଅଧିକ ଖବର...

ହିଂସାଭାବ କମାଇବା ପାଇଁ ଦୁଇ ଦେଶର ଏନଏସଏ ମଧ୍ୟରେ ଆଲୋଚନା

October 28, 2016

 ଏକ ପାଖରେ ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମ କରିବା କହୁଥିବା ବେଳେ ଅନ୍ୟପଟେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ଆକ୍ରମଣ ଜାରି ରହିଛି। ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ସର୍ଜିକାଲ ଅପରେସନ ପରେ ଏବେ ପାକିସ୍ତାନ ଏଲଓସିରେ ଲାଗି ରହିଥିବା ହିଂସାଭାବକୁ କମ୍ କରିବା ପାଇଁ ଚିନ୍ତା କରୁଛି।

ଅଧିକ ଖବର...

ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କଲେ କେଜ୍ରି

October 28, 2016

 ଭାରତୀୟ ସେନାର ଯବାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିବା କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି,"ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ମୁଁ ନିନ୍ଦା କରୁଛି। ଏ ପ୍ରସଙ୍ଗରେ ସାରା ଦେଶ ଏକାଠି ହେବା ଉଚିତ୍।"

ଅଧିକ ଖବର...

ପଙ୍କଜା ମୁଣ୍ଡେଙ୍କ ଇସ୍ତଫା ଦାବି କଲା କଂଗ୍ରେସ

October 28, 2016

ବିଜେପି ନେତା ପଙ୍କଜା ମୁଣ୍ଡେ ପୁଣି ପଡ଼ିଛନ୍ତି ବିବାଦ ଘେରରେ। ମନ୍ଦିରର ପୂଜକଙ୍କୁ ଗାଳି ଏବଂ ଧମକ ଦେଉଥିବା ଅଭିଯୋଗ ରହିଛି ପଙ୍କଜାଙ୍କ ଉପରେ। ମହାରାଷ୍ଟ୍ର କଂଗ୍ରେସ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନିକଟରେ ଆବେଦନ କରିଛି।

ଅଧିକ ଖବର...