ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

September 21, 2017, 12:27 pm

ମହାନଗର

ୟୁଥ୍ ରେଡ଼କ୍ରସ କାଉନସେଲର ପ୍ରଶିକ୍ଷଣ ଶିବିର

October 28, 2016

 ୟୁଥ ରେଡ଼କ୍ରସ ଜିଲ୍ଲା କମିଟି ବୈଠକ ଓ କାଉନସେଲର ପ୍ରଶିକ୍ଷଣ ଶିବିର ସାମନ୍ତଚନ୍ଦ୍ରଶେଖର ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଦିନ ଆୟୋଜିତ ଏହି ଶିବିରକୁ କଲେଜର ଅଧ୍ୟକ୍ଷ ଡକ୍ଟର ରୀତା ଦାଶ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ

ଅଧିକ ଖବର...

ବଡ଼ଭାଇ ମାଡ଼ରେ ସାନଭାଇ ମୃତ

October 28, 2016

ବଡ଼ମ୍ବା ଥାନା ଅନ୍ତର୍ଗତ ତାଲମୁଣ୍ଡଳୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଇର ମାଡ଼ରେ ସାନଭାଇର ମୃତୁ୍ୟ ଘଟିଥିବା ପୋଲିସ ସୂତ୍ରରୁ ପ୍ରକାଶ। 

ଅଧିକ ଖବର...

ନାତିର କଟୁରୀ ଚୋଟରେ ଜେଜେମା ଗୁରୁତର

October 28, 2016

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜେଜେମା ଛଟପଟ ହେଉଥିବା ବେଳେ ଘଟଣା ସ୍ଥଳରୁ ନାତି ବନ ପଳାଇ ଯାଉଥିଲା । ସେତିକି ବେଳେ ଲୋକମାନେ ତାକୁ କାବୁ କରି ନେଇ ନିସ୍ତୁକ ମାଡ ମାରିବା ସହ ବାନ୍ଧି ପକାଇଥିଲେ । ଗୁରୁତର ଅାହତ କନକଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଅାମ୍ବୁଲାନ୍ସ ମଗା ଯାଇଥିଲା ।

ଅଧିକ ଖବର...

ମୃତ ଛାତ୍ରଙ୍କ ପରିବାରକୁ କ୍ଷତିପୁରଣ ପ୍ରଦାନ ଦାବିରେ ରାସ୍ତାରୋକ

October 28, 2016

 (25 Oct) ସୋନପୁର, ୨୪/୧୦/୨୦୧୬ (ଓଡିଶା ସମାଚାର / ସୁଧିର କୁମାର ବିଶ୍ୱାଳ)-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିକୁଡିସ୍ଥିତ ସୋନପୁର ଅାଇଟିଅାଇ କଲେଜର ଜଣେ ଛାତ୍ର ନିଳକଣ୍ଠେଶ୍ୱର ମେହେର (୧୭) ତାଙ୍କର ଅନ୍ୟଦୁଇ ସାଥିଙ୍କ ସହ ଗତ ଶନିବାର ଦିନ ପ୍ରାତଃ ଭ୍ରମଣରେ ବାହାରି ଥିବାବେଳେ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ଅାହତ ହୋଇଥିଲେ ଓ ସେହିଦିନ ଅପରାହ୍ନରେ ବୁର୍ଲାଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । ଏହି ଘଟଣାକୁ ନେଇ ଚାରିଅାଡେ ଶୋକର ଛାୟା ଖେଳି ଯାଇଥିବାବେଳେ ସୋମବାର ମୃତ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ ପାଇଁ ଦାବିକରି ଉକ୍ତ କଲେଜର ଛାତ୍ରଛାତ୍ରୀ ହିକୁଡିଠାରେ ପୂର୍ବାହ୍ନ ୧୦ଟା ସମୟରୁ ରାସ୍ତାରୋକ କରିଥିଲେ । ଫଳରେ ପ୍ରାୟ ତିନି ଘଂଟାଧରି ସମ୍ବଲପୁର-ସୋନପୁର ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଖବର ପାଇ ବୀରମହାରାଜପୁର ଏସଡିପିଓ ପ୍ରସନ୍ନ କୁମାର ବିଶ୍ୱାଳ, ସୋନପୁର ଏଡିଏମ ବିଶ୍ୱନାଥ ବାରିକ ଓ ଉଲୁଣ୍ଡା ତହସିଲଦାର ପ୍ରମୂଖ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ । ପ୍ରଶାସନ ପକ୍ଷରୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ସୁପାରିଶ କରାଯିବା ନେଇ ପ୍ରତିଶୃତି ମିଳିବା ପରେ ଛାତ୍ରଛାତ୍ରୀ ରାସ୍ତାରୋକରୁ ଓହରିଥିଲେ । ଓଡ଼ିଶା ସମାଚାର

ଅଧିକ ଖବର...

ଉଦଳାରେ ରାସ୍ତା ଅବରୋଧ

October 28, 2016

 ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବେଗୁନାଡିହା ଗାଁ ଲୋକେ ରାସ୍ତା ମରାମତି ଦାବିରେ ଆଜି ଉଦଳା-ବାଲେଶ୍ୱର ରାସ୍ତା ଅବରୋଧ କରିଛନ୍ତି। ଫଳରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଛି।
ଗାଁଲୋକେ ରାସ୍ତା ସମସ୍ୟା ନେଇ ପ୍ରଶାସନକୁ ବାରମ୍ୱାର ଅବଗତ କରିଥିଲେ ସୁଦ୍ଧା କେହି ଶୁଣି ନ ଥିଲେ। ତେଣୁ ଗାଁ ଲୋକେ ବାଧ୍ୟ ହୋଇ ଆଜି ରାସ୍ତା ଅବରୋଧ କରିଥିବା କହିଛନ୍ତି।

ଅଧିକ ଖବର...

ନୂଅାପଡାରେ ଚାଷୀ ଅାତ୍ମହତ୍ୟା ଅଭିଯୋଗ

October 28, 2016

 (25 Oct) ନୂଅାପଡା, ୨୫/୧୦/୨୦୧୬ (ଓଡ଼ିଶା ସମାଚାର)- ନୂଅାପଡା ଖଡିଅାଳ ବ୍ଲକ୍ର ଭୁଲିଅାଶୁଣୀ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ଫସଲହାନି ଯୋଗୁଁ କୀଟନାଶକ ସେବନ କରି ଜଣେ ଚାଷୀ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାମ ସନ୍ତୋଷ ମେହେର (୪୩) ବୋଲି ଜଣାପଡିଛି। ସ୍ୱର୍ଗତ ମେହେର ୧୨ ଏକର ଜମିରେ ଧାନ ଚାଷ କରିଥିଲେ। ତେବେ ଅନିୟମିତ ବର୍ଷା ଯୋଗୁଁ ବ୍ୟାପକ ଫସଲହାନି ଯୋଗୁଁ ମାନସିକ ଭାରସାମ୍ୟ ହରାଇ ସେ ଅାତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

ଅଧିକ ଖବର...

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ

October 28, 2016

କଟକ: ୨୦୧୭ ଫେବୃଆରୀ ୨୮ରୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ଏଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ଆଜି ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଫେବୃଆରୀ ୨୮ରେ ପ୍ରଥମ ଭାଷା ପରୀକ୍ଷା ହେବ। ମାର୍ଚ୍ଚ ୨ ତାରିଖରେ ଦ୍ୱିତୀୟ ଭାଷା ଓ ୪ ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବ। ସେହିପରି ମାର୍ଚ୍ଚ ୬ ତାରିଖରେ ଗଣିତ, ୮ ତାରିଖରେ ବିଜ୍ଞାନ, ୧୦ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।
ନଭେମ୍ବର ୧ରୁ ୨୨ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲରେ ଫର୍ମପୂରଣ କରିପାରିବେ ବୋଲି ବୋର୍ଡ ସଭାପତି ଶାସାନ୍ତ ଦାସ କହିଛନ୍ତି। 

ଅଧିକ ଖବର...