ଆଜି ମେଷ ୨୨ ଦିନ, ୧୪୨୪ ସାଲ ଭାଗ-୮୮ ସଂଖ୍ୟା-୧୨୧ ବୈଶାଖ ୧୫ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଦଶମୀ.

May 30, 2017, 2:45 pm

ମନୋରଞ୍ଜନ

କର୍କଟ ରୋଗାଗ୍ରସ୍ତ ଥିବାବେଳେ ଏଲିୟନ୍‌ ପରି ଦିଶୁଥିଲେ ମନିଷା

April 22, 2017
 ୪୬ ବର୍ଷୀୟା ନେପାଳୀ ସୁନ୍ଦରୀ ମନିଷା କୋଇରାଲା ଏକ ଲମ୍ବା ବ୍ୟବଧାନ ପରେ ପୁନଃ ସିନେଜଗତକୁ ଫେରୁଛନ୍ତି । ରାଜକୁମାର ହିରାନୀଙ୍କ ସଞ୍ଜୟ ଦତ୍ତ ବାଇଓପିକ୍‌ ଚଳଚ୍ଚିତ୍ରରେ ମନିଷା କୋଇରାଲା ନର୍ଗିସ୍‌ ଦତ୍ତ ଭୂମିକାରେ ଦେଖାଦେବେ । ତେବେ ଏହି ଚରିତ୍ରରେ ଅଭିନୟ କଲାବେଳେ ମନିଷା ନିଜ ଦେହଖରାପବେଳର ସମୟକୁ ଅନୁଭବ କରିପାରିଥିଲେ । କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ମନିଷା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ୨୦୧୨ରେ ଯେତେବେଳେ ରିପୋର୍ଟରୁ ମନିଷା ଜାଣିଲେ ଯେ ସେ ଓଭାରିଆନ୍‌ କର୍କଟରେ ଆକ୍ରାନ୍ତ, ସେ ହତବାକ୍‌ ହୋଇଗଲେ । ଏହି ପରିସ୍ଥିତିରେ ତାଙ୍କ ପିତାମାତା ହିଁ ମନିଷାଙ୍କ ମନୋବଳ ବଢ଼ାଇଲେ । ନୁ୍ୟୟର୍କ ଯାଇ ତାଙ୍କର ଚିକିତ୍ସା ଆରମ୍ଭ ହେଲା । ଉତ୍ତମ ଖାଦ୍ୟପେୟ ତଥା ନିୟମିତ ଯୋଗ ଓ ଔଷଧ ସେବନରେ ଶେଷରେ କର୍କଟମୁକ୍ତ ହେଲେ ମନିଷା । କେମୋଥେରାପି ନେବା ପରେ ସେ ଏଲିୟନ୍‌ ପରି ଦିଶୁଥିଲେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି । ନିଜ ଚେହେରା ଓ କେଶ ଝଡ଼ିବା ଦେଖି ମନିଷା ଦିନେ ଭୋଭୋ ହୋଇ କାନ୍ଦି ଉଠିଥିଲେ । ମା’ ଓ ପିଉସୀ ହିଁ ମନିଷାଙ୍କୁ ବୁଝାଇଥିଲେ । ଯେତେବେଳେ ରାଜକୁମାର ହିରାନୀ ତାଙ୍କୁ ନର୍ଗିସ ଦତ୍ତଙ୍କ ଚରିତ୍ର ପାଇଁ ଅଫର୍‌ ଦେଲେ, ମନିଷା ଖୁସି ତ’ ହେଲେ କିନ୍ତୁ ସହଜରେ ହଁ ଭରିପାରିଲେ ନାହିଁ । କାରଣ ନର୍ଗିସ୍‌ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ଶେଷରେ ସଞ୍ଜୟ ଦତ୍ତ ବହୁତ ବୁଝାଇବା ପରେ ମନିଷା ଏହି ଭୂମିକା ପାଇଁ ରାଜି ହୋଇଥିଲେ ।

ଟ୍ୱିଟରରେ ପ୍ରଶଂସକଙ୍କ ଚର୍ଚ୍ଚାରେ ଚଳଚ୍ଚିତ୍ର ମହାଭାରତ

April 22, 2017

ସୋହା ଗଭର୍ବତୀ

April 23, 2017