ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

September 21, 2017, 12:31 pm

ବାଣିଜ୍ୟ

ହୁଣ୍ଡାଇ ଅଲ୍ ନିୟୁ ଏକ୍ସସେଣ୍ଟର ବଜାର ପ୍ରବେଶ

April 22, 2017
ଭୁବନେଶ୍ୱର,୨୧ା୪:କାର ନିର୍ମାତା ତଥା ବୃହତ୍ ପାସେଞ୍ଜର କାର୍ ରପ୍ତାନୀକାରୀ ହୁଣ୍ଡାଇ ମୋଟର ଇଣ୍ଡିଆ ଲିଃ.(ଏଚଏମଆଇଏଲ୍) ପକ୍ଷରୁ ଭାରତ ଏବଂ ବିଶ୍ୱ ବଜାରରେ ଅଲ୍ ନିୟୁ ଏକ୍ସସେଣ୍ଟ୍ର ବଜାର ପ୍ରବେଶ କରାଯାଇଛି । ଏହି କାର୍ର ଷ୍ଟାଇଲିସ୍ ଲୁକ୍ ଏବଂ ଅନନ୍ୟ ଡିଜାଇନିଂ ତଥା ଆଇ ଟେକ୍ ବୈଶିଷ୍ଟ୍ୟଗୁଡିକ ଯୁବ ଭାରତୀୟ ଗ୍ରାହକଙ୍କୁ ଆକର୍ଷିତ କରିବାରେ ସକ୍ଷମ ହେବ । ଏହି ଅବସରରେ ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ର ଏମଡି ତଥା ସିଇଓ ୱାଇ.କେ କୁ କହିଲେ, ଅଲ ନିୟୁ ଏକ୍ସସେଣ୍ଟ୍ ଭାରତୀୟ ଏବଂ ବିଶ୍ୱବ୍ୟାପି ଗ୍ରାହକଙ୍କୁ ଆକର୍ଷିତ କରିବରେ ସକ୍ଷମ ହେବ । ଅଲ୍ ନିୟୁ ଏକ୍ସସେଣ୍ଟ୍୍ ଷ୍ଟାଇଲିସ୍ ସେଦାନ ବର୍ଗର ଏବଂ ଏହା ଭାରତୀୟ ଯୁବବର୍ଗ ତଥା ସେମାନଙ୍କର ପରିବାର ବର୍ଗଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ୨୦୧୪ରେ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ କମ୍ପାନୀ ୨.୫ ଲକ୍ଷ କାର୍ ବିକ୍ରି କରିବାକୁ ସକ୍ଷମ ହୋଇଥିବାବେଳେ ସମ୍ପ୍ରତି ଏହି ଧାରାରେ ଉନ୍ନତି ଆଶା ରଖିଛୁ । ଅଲ୍ ନିୟୁ ଏକ୍ସସେଣ୍ଟରେ ସ୍ପୋର୍ଟି ଏବଂ ଷ୍ଟାଇଲିସ୍, ସୁପରିୟର ଦକ୍ଷତା, ବିକଶିତ ଏବଂ ହାଇଟେକ୍ ଇମେଜରି, ଉଚ୍ଚ ସୁରକ୍ଷିତ ବ୍ୟବସ୍ଥା ଆଦିି ବୈଶିଷ୍ଟ୍ୟ ରହିଛି । ଏହା ପେଟ୍ରୋଲ୍ ଏବଂ ଡିଜେଲ୍ର ୫ଟି ଭାରିଆଣ୍ଟରେ ଉପଲବ୍ଧ । ଏହାର ଏମ୍ଟି ମଡେଲ୍ ଲିଟର ପିଛା ୨୦.୧୪ କିମି ଏବଂ ଏଟି ମଡେଲ୍ ଲିଟର ପିଛା ୧୭.୩୬ କିମି ଦୂରତା ଅତିକ୍ରମ କରିବାକୁ ସକ୍ଷମ । ସେହିପରି ଏହାର ୧.୨ ଲିଟର ୟୁ-୨ ସିଆର୍ଡିଆଇ ଡିଜେଲ୍ ଇଞ୍ଜିନ୍ ୭୫ ପିଏସ୍ ଏବଂ ୪,୦୦୦ ଆରପିଏମ୍ ଯୁକ୍ତ । ଏହାର ଟର୍କ ୧୯.୪ କେଜିଏମ୍ ଏବଂ ୧,୭୫୦ ରୁ ୨୨,୫୦ ଆର୍ପିଏମ୍ ଯୁକ୍ତ । ଏହାର ଏମ୍ଟି ମଡେଲ୍ ଲିଟର ପିଛା ୨୫.୪ କିମି ଦୂରତା ଅତିକ୍ରମ କରିବାକୁ ସକ୍ଷମ । 

ଟ୍ରେନରୁ ଉଠିଯିବ ଏସି-୨ କୋଚ୍‌

April 22, 2017