ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

September 21, 2017, 12:27 pm

ବାଣିଜ୍ୟ

ଟ୍ରେନରୁ ଉଠିଯିବ ଏସି-୨ କୋଚ୍‌

April 22, 2017
ନୂଆଦିଲ୍ଲୀ,୨୧ା୪: ଭାରତୀୟ ରେଳ ତାର ସମସ୍ତ ରେଳରୁ ଏସି-୧ କୋଚ୍‌କୁ ଉଠାଇ ଦେବା ଯୋଜନା ଉପରେ କାର୍ଯ୍ୟ କରୁଛି । ଏହା ବଦଳରେ ସଂପ୍ରତି ଲୋକଦୃତ ହେଉଥିବା ଏସି-୩ କୋଚ୍‌ ସଂଖ୍ୟା ବୃଦ୍ଧି କରାଯିବ । ନିକଟରେ ହୋଇଥିବା ସମୀକ୍ଷାରୁ ଏସି-୩ କୋଚ୍‌ ସର୍ବାପେକ୍ଷା ଅଧିକ ଲାଭ ପ୍ରଦାନ କରୁଥିବା ଜଣାପଡିଛି । ସେହିପରି ପ୍ରାୟ ୩୦ରୁ ୪୦% ସ୍ଲିପର ଯାତ୍ରୀ ଏବେ ଏସି-୩ରେ ଯାତ୍ରା କରିବା ବିକଳ୍ପ ବାଛୁଛନ୍ତି । ତେଣୁ ବିଭାଗ ସ୍ଲିପର୍‌ କୋଚ୍‌ ସଂଖ୍ୟାରେ ମଧ୍ୟ ହ୍ରାସ କରି ଏସି-୩ କୋଚ୍‌ ବୃଦ୍ଧି କରିପାରେ ବୋଲି ଆକଳନ କରାଯାଉଛି । ଏସି-୩ କୋଚ୍‌ରେ ସିଟ୍‌ ନ ମିଳିବା କ୍ଷେତ୍ରରେ ହିଁ ଏସି-୨ ବିକଳ୍ପ କଥା ଯାତ୍ରୀ ଚିନ୍ତା କରୁଛନ୍ତି । ତେଣୁ ଏସି-୩ କୋଚରେ ବୃଦ୍ଧି କରାଯିବାର ଯଥାର୍ଥ ରହିଛି ବୋଳି ପ୍ରକାଶ କରାଯାଇଛି । ରେଲୱେ ସୂତ୍ର ଅନୁସାରେ ଦେଶର ପ୍ରାୟ ୧୩ହଜାର ଯାତ୍ରୀ ଟ୍ରେନରୁ ପର୍ଯ୍ୟାୟକ୍ରମେ ଏସି-୨ କୋଚକୁ ଉଠାଇ ଦିଆଯିବା ସହ ଧିରେ ଧିରେ ଏହାକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯିବ । ଯେଉଁ ଟ୍ରେନରେ ୨୦ କିମ୍ବା ୨୨ ବଗି ଲାଗୁଛି ତାକୁ ୨୪ କରାଯିବ । ଯେଉଁ ଦୁଇଟି ବଗି ଅଧିକ ଯୋଡ଼ା ହେବ ତାହା ଏସି-୩ର ରହିବ ବୋଲି ରେଲୱେ ପକ୍ଷରୁ ପ୍ରକାଶ କରାଯାଇଛି । ଏହାସହ ଲୋକେ ପସନ୍ଦ କରୁ ନ ଥିବା ଦୃଷ୍ଟି କୋଣରୁ ୧୪୩ ଟ୍ରେନରୁ ‘ଫ୍ଲେକ୍ସି ଫେୟାର ସିଷ୍ଟମ’କୁ ଉଠାଇ ଦିଆଯିବ । ରାଜଧାନୀ, ଶତାବ୍ଦୀ, ଦୂରନ୍ତି ପରି ଟ୍ରେନରେ ସଂପ୍ରତି ଏହି ବ୍ୟବସ୍ଥା ରହିଥିବାବେଳେ ଏହାକୁ ଆଗାମୀ ଦିନରେ ସଂପୂର୍ଣ୍ଣ ଉଠାଇ ଦିଆଯାଇ ପାରେ । ବିଭାଗୀୟ ସୂଚନା ଅନୁସାରେ ଗତ ୯ ସେପ୍ଟେମ୍ବରରୁ ୩୧ ଅକ୍ଟୋବର ମଧ୍ୟରେ ରାଜଧାନୀ, ଦୂରନ୍ତ ଏବଂ ଶତାବ୍ଦୀ ଟ୍ରେନରେ ୫,୮୭୧ ବର୍ଥ ଖାଲି ରହିଥିଲା । ଫ୍ଲେକ୍ସି ଫେୟାର ସିଷ୍ଟମକୁ ଏହାର କାରଣ ବୋଲି କୁହାଯାଉଛି । ଏହାସହ ସମସ୍ତ ଟ୍ରେନରେ ମୂଳ ଯାତ୍ରୀ ଭଡ଼ାରେ ୧୦ରୁ ୧୫% ପର୍ଯ୍ୟନ୍ତ ବୃଦ୍ଧି ଘଟାଇବା ଦିଗରେ ଯୋଜନା କରାଯାଉଥିବା ଜଣାପଡିଛି । ମାସିକ ଟିକଟ ଦରର ମଧ୍ୟ ସମୀକ୍ଷା କରାଯାଉଛି । 

ହୁଣ୍ଡାଇ ଅଲ୍ ନିୟୁ ଏକ୍ସସେଣ୍ଟର ବଜାର ପ୍ରବେଶ

April 22, 2017