ଆଜି ମେଷ ୨୨ ଦିନ, ୧୪୨୪ ସାଲ ଭାଗ-୮୮ ସଂଖ୍ୟା-୧୨୧ ବୈଶାଖ ୧୫ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଦଶମୀ.

May 30, 2017, 2:52 pm

ଅପରାଧ

ଟ୍ରାକ୍ଟର ଛାଡ଼ି ଚାଲିଗଲେ ବେଆଇନ ମାଟି ଉଠାଣକାରୀ

April 22, 2017

ବାଲେଶ୍ୱର: ଦୀର୍ଘ ବର୍ଷ ପରେ ରେମୁଣା ବ୍ଲକ ଫୁଲାଡ଼ି ଅଞ୍ଚଳରୁ ବେଆଇନ ବାଲି ଓ ମାଟି ଉଠାଣ ଉପରେ ସାମାନ୍ୟ ରୋକ ଲାଗିଛି । ପୂର୍ବରୁ ବେଧଡ଼କ ଭାବେ ଚୋରା ବେପାରୀମାନେ ମାଟି ଓ ବାଲି ଉଠାଣ ଚଲାଉଥିବା ବେଳେ ବର୍ତ୍ତମାନର ତହସିଲଦାର ବିଦ୍ୟାଧର ପତିଙ୍କ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ଛନକା ପଶି ଯାଇଛି । ଶୁକ୍ରବାର ଫୁଲାଡ଼ିଠାରେ ବେଆଇନ ବାଲି ଓ ମାଟି ଉଠାଉଥିବା ୪ଟି ଟ୍ରାକ୍ଟରୁ  ସନ୍ଧ୍ୟା ବେଳେ ରୁଦ୍ରଗୋପାଳପୁର ଅଞ୍ଚଳରେ ୪ଟି ଟ୍ରାକ୍ଟର ବାଲି ଉଠାଉଥିବା ବେଳେ ତହସିଲଦାର ଶ୍ରୀ ପତି ପହଞ୍ଚି ୪ଟି ଟ୍ରାକ୍ଟରକୁ ଜବତ କରି ହଳଦୀପଦା ଫାଣ୍ଡିରେ ଜିମା ଦେଇଥିଲେ । ଚଢ଼ାଉ ବେଳେ ଟ୍ରାକ୍ଟର ଚାଳକ ଓ ହେଲପରମାନେ ଗାଡ଼ି ଛାଡ଼ି ଦୌଡ଼ି ପଳାଇ ଯାଇଥିଲେ । ଜବତ ଟ୍ରାକ୍ଟରଗୁଡ଼ିକ ହେଲା ଓଡ଼ି୦୧ସି ୦୧୪୨, ଓଆର୦୧ଏଚ ୯୦୦୬, ଓଡ଼ି୦୧ସି ୬୬୦୬, ଓଡ଼ି୦୧କେ ୧୧୯୧ । ଟ୍ରାକ୍ଟର ସହିତ ଟ୍ରଲି ମଧ୍ୟ ଜବତ ହୋଇଥିବା ହଳଦୀପଦା ଫାଣ୍ଡି ଅଧିକାରୀ ରାଜେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

ନରାୟଣପାଟଣାରେ ମାଓ ତାଣ୍ଡବ

April 22, 2017

୩୦କେଜି ଗଞ୍ଜେଇ ଜବତ, ଜଣେ ଗିରଫ

April 23, 2017