ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

July 22, 2017, 8:15 am

ରାଜନୀତି

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ, ନଜର ଆସିଲେନି ବିଜୟ ଓ ଦିଲ୍ଲୀପ୍‌

April 22, 2017

ବାରିପଦା: ଆଜିଠାରୁ ବାରିପଦାରେ ଆରମ୍ଭ ହୋଇଛି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ । ଏହାକୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଅଧ୍ୟକ୍ଷତା କରୁଥିବା ବେଳେ ଭାରତୀୟ ଜନତା ପାର୍ଟୀର ବହୁ ନେତା ଯୋଗ ଦେଇଛନ୍ତି । ଏହି ବୈଠକ ଆସନ୍ତା ଦୁଇ ଦିନ ଧରି ଆୟୋଜିତ ହେବ ।  ତୃଣମୂଳ ସ୍ଥରରେ ଦଳକୁ ସୁଦୃଢ କରିବା ପାଇଁ ଜାତୀୟ କାର୍ଯ୍ୟକାରିଣୀରେ ନିଆଯାଇଥିବା ନିଷ୍ପତ୍ତିର ମାନସମନ୍ଥନ ହେବ ଏହି ବୈଠକରେ । ଦଳର ଆଗାମୀ କାର୍ଯ୍ୟକ୍ରମ ନେଇ ଦଳୀୟ କର୍ମିମାନଙ୍କୁ ଗୁରୁମନ୍ତ୍ର ସୂଚନା ଦିଆଯିବ । ହେଲେ ବୈଠକରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ଦାସଙ୍କ ଅନୁପସ୍ଥିତି ରାଜନୀତି ମାହୋଲରେ ଚର୍ଚ୍ଚା ସୃଷ୍ଟି କରିଛି । ଜାତୀୟ କାର୍ଯ୍ୟକାରିଣୀରେ ଉଭୟଙ୍କୁ ଦେଖିବାକୁ ମିଳିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀରେ ଦୁହିଁଙ୍କ ଅନୁପସ୍ଥିତି ରାଜ୍ୟ ବିଜେପି ମଧ୍ୟରେ ଥିବା ଦଳୀୟ କନ୍ଦଳକୁ ପଦାରେ ପକାଇଛି । 

'ନାଲିବତି ହଟାଇବା ଗୋଟେ ଉପହାସ', ତଥାଗତଙ୍କ ଟୁଇଟ୍ ଚର୍ଚ୍ଚାରେ

April 21, 2017

ନବୀନ-ମମତାଙ୍କୁ ବିଜେପିର ଟାର୍ଗେଟ୍, ମହାମେଣ୍ଟ ପାଇଁ ଚାଲିଛି ବୁଝାମଣା

April 20, 2017

ଆଡୱାଣୀଙ୍କ ପ୍ରସଙ୍ଗରେ ଲାଲୁଙ୍କ ଆକ୍ଷେପକୁ ବିନୟ କଟିୟାରଙ୍କ ସମର୍ଥନ

April 21, 2017

ବାବ୍ରି ମସ୍‌ଜିଦ ଭାଙ୍ଗିବା ନେଇ ରାମ ବିଳାସ ବେଦାନ୍ତିଙ୍କ ମନ୍ତବ୍ୟ! ଆଡୱାଣୀ ନୁହନ୍ତି; ମୁଁ ଉସୁକାଇଥିଲି

April 22, 2017