ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

July 22, 2017, 8:15 am

ରାଜନୀତି

ଭର୍ତ୍ତୃହରିଙ୍କ ଲେଖାକୁ ନେଇ ପୁଣି ଉଠିଲା ବିବାଦ

May 2, 2017
 ଭୁବନେଶ୍ୱର: ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ ପ୍ରବନ୍ଧ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଭର୍ତ୍ତୃହରିଙ୍କ ସମାଲୋଚନାକୁ ନାପସନ୍ଦ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଦଳର ବରିଷ୍ଠ ନେତାମାନଙ୍କୁ ତାଗିଦ ମଧ୍ୟ କରିଛନ୍ତି । ନବୀନ କହିଛନ୍ତି, ଦଳ ସମ୍ପର୍କରେ ନାସ୍ତିବାଚକ ମନ୍ତବ୍ୟ ଦେଉଥିବା  ବରିଷ୍ଠ ନେତାମାନେ ଗଣମାଧ୍ୟମକୁ ନଯାଇ ସମସ୍ୟା ସମ୍ପର୍କରେ ସିଧାସଳଖ ତାଙ୍କ ସହ ଆଲୋଚନା କରିବା ଉଚିତ । ଭର୍ତ୍ତୃହରିଙ୍କ ଲେଖାକୁ ନେଇ ନବୀନଙ୍କ ପ୍ରତିକ୍ରିୟା ଦଳରେ ଏହି ସାଂସଦଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  କିଛିଦିନ ତଳେ ଭର୍ତ୍ତୃହରିଙ୍କ ପ୍ରବନ୍ଧକୁ ନେଇ ଦଳରେ ହଟଚମଟ ସୃଷ୍ଟି ହୋଇଥିଲା । ଦଳୀୟ ମୁଖପାତ୍ରଙ୍କ ଠାରୁ  ଆରମ୍ଭ କରି ଏକାଧିକ ବରିଷ୍ଠ ନେତା ଭାବିଚିନ୍ତି ସମାଲୋଚନା କରିବାକୁ ତାଙ୍କୁ ଚେତାଇ ଦେଇଥିଲେ ।  ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଭର୍ତ୍ତୃହରିଙ୍କ ପ୍ରବନ୍ଧ ପଢ଼ିନଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଆଜି ଭର୍ତ୍ତୃହରି ତାଙ୍କ ସମ୍ବାଦପତ୍ରରେ ଆଉ ଏକ ପ୍ରବନ୍ଧ ଲେଖିଛନ୍ତି । ଯାହାକୁ ନେଇ ବିଜେଡିରେ ସୃଷ୍ଟି ହୋଇଛି ଝଡ । ଭର୍ତ୍ତୃହରିଙ୍କ ନାସ୍ତିବାଚକ ଲେଖାକୁ ଦଳ ସଭାପତି ପସନ୍ଦ କରିନଥିବା ବେଳେ ଏହି ଲେଖାରୁ ତାଙ୍କ ଉଦେ୍ଦଶ୍ୟ ସ୍ପଷ୍ଟ ହେଉଥିବା ଦଳର ନେତାମାନେ ପ୍ରକାଶ କରିଛନ୍ତି । ବାରମ୍ବାର ଗଣମାଧ୍ୟମକୁ ଯାଇ ଦଳ ସମ୍ପର୍କରେ ଭର୍ତ୍ତୃହରିଙ୍କ ଏଭଳି ଚର୍ଚ୍ଚାକୁ ଅନ୍ୟମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । 

 

  
 

'ନାଲିବତି ହଟାଇବା ଗୋଟେ ଉପହାସ', ତଥାଗତଙ୍କ ଟୁଇଟ୍ ଚର୍ଚ୍ଚାରେ

April 21, 2017

ନବୀନ-ମମତାଙ୍କୁ ବିଜେପିର ଟାର୍ଗେଟ୍, ମହାମେଣ୍ଟ ପାଇଁ ଚାଲିଛି ବୁଝାମଣା

April 20, 2017

ଆଡୱାଣୀଙ୍କ ପ୍ରସଙ୍ଗରେ ଲାଲୁଙ୍କ ଆକ୍ଷେପକୁ ବିନୟ କଟିୟାରଙ୍କ ସମର୍ଥନ

April 21, 2017

ବାବ୍ରି ମସ୍‌ଜିଦ ଭାଙ୍ଗିବା ନେଇ ରାମ ବିଳାସ ବେଦାନ୍ତିଙ୍କ ମନ୍ତବ୍ୟ! ଆଡୱାଣୀ ନୁହନ୍ତି; ମୁଁ ଉସୁକାଇଥିଲି

April 22, 2017

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ, ନଜର ଆସିଲେନି ବିଜୟ ଓ ଦିଲ୍ଲୀପ୍‌

April 22, 2017