ଆଜି ମେଷ ୨୨ ଦିନ, ୧୪୨୪ ସାଲ ଭାଗ-୮୮ ସଂଖ୍ୟା-୧୨୧ ବୈଶାଖ ୧୫ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଦଶମୀ.

May 30, 2017, 2:51 pm

ଜାତୀୟ

ନିର୍ଭୟା ଗଣବଳାକ୍ରାର ମାମଲା

May 5, 2017
ଆଜି ସୁପି୍ରମକୋର୍ଟ ରାୟ
ନୂଆଦିଲ୍ଲୀ, ୪ା୫: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାକ୍ରାର ମାମଲାର ସୁପି୍ରମକୋର୍ଟଙ୍କ ରାୟ ଶୁକ୍ରବାର ପ୍ରକାଶ ପାଇବ । ଏହି ମାମଲାର ଦୋଷୀମାନଙ୍କୁ ମୃତୁ୍ୟ ଦଣ୍ଡାଦେଶ ମିଳିଥିବାବେଳେ ଏହାକୁ ସୁପି୍ରମକୋର୍ଟରେ ଚାଲେଞ୍ଜ କରାଯାଇଛି । ଦୋଷୀମାନଙ୍କ ଏହି ଆବେଦନ ଉପରେ ବିଚାରପତି ଦୀପକ ମିଶ୍ର, ଆର ଭାନୁମତି ଓ ଅଶୋକ ଭୂଷଣଙ୍କୁ ନେଇ ପୀଠ ରାୟ ପ୍ରକାଶ କରିବେ । ମାର୍ଚ୍ଚ ୨୭ରେ ସୁପି୍ରମକୋର୍ଟ ଏହାର ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଥିଲେ । ସୁପି୍ରମକୋର୍ଟଙ୍କ ରାୟ ଏହି ମାମଲାର ଦୋଷୀ ମୁକେଶ, ପୱନ, ବିନୟ ଓ ଅକ୍ଷୟ କୁମାର ସିଂହଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ୨୦୧୪ ମାର୍ଚ୍ଚ ୧୩ରେ ଏହି ଦୋଷୀମାନଙ୍କୁ ଦିଲ୍ଲୀ ହାଇକୋର୍ଟ ମୃତୁ୍ୟଦଣ୍ଡାଦେଶ ଦେଇଥିଲେ । ୨୦୧୨ ଡିସେମ୍ବର ୧୬ ନିର୍ଭୟା ନାମକ ୨୩ବର୍ଷୀୟ ପାରାମେଡିକାଲ ଛାତ୍ରୀକୁ ଏକ ଚଳନ୍ତା ବସ୍‌ରେ ୬ଜଣ ଲୋକ ଗଣବଳାକ୍ରାର କରିଥିଲେ । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାବେଳେ ଡିସେମ୍ବର ୨୯ ତାଙ୍କର ମୃତୁ୍ୟ ହୋଇଥିଲା । ଏହି ମାମଲା ଜଣେ ଅଭିଯୁକ୍ତ ନାବାଳକ ଥିବାବେଳେ ରାମ ସିଂହ ନାମକ ଅଭିଯୁକ୍ତ ଜେଲ୍‌ରେ ଆତ୍ମହତ୍ୟା କରିଛି ।
 

ସୁବ୍ରତ ରାୟଙ୍କ ବିରୋଧରେ ଜାରି ଏନ୍‌ବିଡବ୍ଲୁ୍ୟ ରଦ୍ଦ

April 22, 2017

ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଦେବେ ମିଳିତ ବିରୋଧୀ ଦଳ

April 22, 2017

ଦୋକାନ ଉପରେ ମାଡ଼ିଗଲା ଟ୍ରକ,୨୦ ମୃତ

April 22, 2017

‘ଜନତାଙ୍କ ସ୍ୱାର୍ଥ ପାଇଁ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କର’

April 22, 2017

ଜୋରିମାନା ଗଣିଲେ ୩୦ପୁଲିସ

April 22, 2017