ଆନ୍ତର୍ଜାତୀୟ

ରାଜ କୁମାର ଫିଲିପ୍‌ଙ୍କ ଅବସର ଘୋଷଣା

May 5, 2017
ଲଣ୍ଡନ, ୪ା୫: ଇଂଲଣ୍ଡ ରାଣୀ ଏଲିଜାବେଥଙ୍କ ସ୍ୱାମୀ ତଥା ରାଜକୁମାର ଫିଲିପ୍‌ ସାଧାରଣ ଜୀବନରୁ ଅବସର ନେବେ । ସେ କୌଣସି ରାଜକୀୟ ପଦ ବା ଦାୟିତ୍ୱ ମଧ୍ୟ ତୁଲାଇବେ ନାହିଁ ବୋଲି ନିଷ୍ପତ୍ତି ଘୋଷଣା କରିଛନ୍ତି । ଫିଲିପଙ୍କ ଏହି ନିଷ୍ପତ୍ତିକୁ ରାଣୀ ଏଲିଜାବେଥ ସମର୍ଥନ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ମାସରୁ ସେ ସମସ୍ତ ଦାୟିତ୍ୱରୁ ମୁକ୍ତ ହେବେ । ବକିଂହାମ୍‌ ପ୍ରାସାଦରେ ଗୁରୁବାର ଅନୁଷ୍ଠିତ ଇଂଲଣ୍ଡର ସମସ୍ତ ରାଜପରିବାର ସଦସ୍ୟଙ୍କ ବାର୍ଷିକ ବୈଠକ ଅବସରରେ ୯୫ବର୍ଷୀୟ ଫିଲିପ ଏହି ଘୋଷଣା କରିଛନ୍ତି । ମାତ୍ର କିଛି ଦିନ ପୂର୍ବେ ୯୧ବର୍ଷିଆ ରାଣୀ ତାଙ୍କର ଜନ୍ମ ଦିନ ପାଳନ କରିଥିଲେ; ବର୍ଷ ଶେଷକୁ ସେମାନେ ୭୦ତମ ବିବାହ ବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି । ଏହାଛଡ଼ା ଜୁନ୍‌ ୮ରେ ଇଂଲଣ୍ଡରେ ସାଧାରଣ ନିର୍ବାଚନ ହେଉଥିବାରୁ ଫିଲିପ୍‌ଙ୍କ ଏହି ଘୋଷଣା ବେଶ୍‌ ଗୁରୁତ୍ୱ ବହନ କରୁଛି । ଫିଲିପ୍‌ ବର୍ତ୍ତମାନ ଦେଶର ୭୮୦ଅନୁଷ୍ଠାନର ସଭାପତି ବା ସଦସ୍ୟ ଅଛନ୍ତି । ଅଗଷ୍ଟ ସୁଦ୍ଧା ଏସବୁର ବୈଠକରେ ସେ ଯୋଗଦେବା କାର୍ଯ୍ୟକ୍ରମ ରଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଫିଲିପ୍‌ ୧୯୨୧ରେ କର୍ଫୁ୍ୟଠାରେ ଗ୍ରୀସ୍‌ ଓ ଡେନମାର୍କର ରାଜକୁମାର ଭାବେ ଜନ୍ମ ଗ୍ରହଣ କରିଥିଲେ । ପରେ ସେ ପଢ଼ିବା ପାଇଁ ବି୍ରଟେନ୍‌ ଆସି ରୟାଲ ନେଭିରେ ଚାକିରି କରିଥିଲେ । ୧୯୪୭ରେ ଏଲିଜାବେଥ୍‌ଙ୍କ ସହିତ ତାଙ୍କର ବିବାହ ହୋଇଥିଲା ।

ହାଫିଜର ଅଟକ ଯଥାର୍ଥ: ପାକ୍‌ ସରକାର

April 22, 2017

ଆଫଗାନ ସେନା ଶିବିରରେ ଆକ୍ରମଣ, ୫୦ ମୃତ

April 22, 2017

ଆଇଏସ୍‌ଆଇ ହେପାଜତରେ ଅଲ୍‌-ଜୱାହିରି

April 23, 2017

ଫ୍ରାନ୍ସରେ ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନ

April 24, 2017

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସାତ ସୈନିକ ମୃତ

April 24, 2017