ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

September 21, 2017, 12:31 pm

ଜାତୀୟ

୨୬୫୦କୋଟିର ବ୍ୟାଙ୍କ ଋଣ ଠକେଇ, ମୁମ୍ବଇ ବ୍ୟବସାୟୀ ଗିରଫ

May 5, 2017
ମୁମ୍ବଇ, ୪ା୫: ଦେଶର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ୨୬୫୦କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ମୁମ୍ବଇର ବ୍ୟବସାୟୀ ବିଜୟ ଚୌଧୁରୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି । ମୁମ୍ବଇରେ ସେ ଜୁମ୍‌ ଡେଭଲପର୍ସ ପ୍ରାଇଭେଟ ଲିମିଟେଡ ନାମରେ ଏକ କମ୍ପାନୀ ଖୋଲି ଏହି ଜାଲିଆତି କରିଥିଲେ । ଏହି ଜାଲିଆତି ଜଣାପଡିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ  ଚୌଧୁରୀ ଓ ତାଙ୍କ ପରିବାର ନାମରେ ବିଦେଶରେ ଥିବା ୧୩୦କୋଟିର ସମ୍ପତ୍ତି ଜବତ କରିଛି । ଏହା ମଧ୍ୟରେ କାଲିଫର୍ଣ୍ଣିଆ, ଆମେରିକାରେ ଥିବା ୧୨୮୦ଏକର ଜମି ରହିଛି । ଚୌଧୁରୀଙ୍କ ନାମରେ ଲିଚେନଷ୍ଟେଇନରେ ବେଭେରିନ ଷ୍ଟିଫିଙ୍ଗ ଫାଉଣ୍ଡେସନ ଓ ୱିଣ୍ଡଲିଫ ଫାଉଣ୍ଡେସନ ନାମରେ ଦୁଇଟି ଟ୍ରଷ୍ଟ ରହିଛି । ଏହି ଦୁଇଟି ଟ୍ରଷ୍ଟ ଅଧୀନରେ ବ୍ରିଟେନ ଓ ସ୍ୱିଜରଲ୍ୟାଣ୍ଡରେ ୫କମ୍ପାନୀ ଖୋଲାଯାଇଛି । ଏହି ବିଦେଶୀ କମ୍ପାନୀକୁ ଜୁମ୍‌ ଡେଭଲପର୍ସ ମାଧ୍ୟମରେ ଭାରତକୁ ପ୍ରବେଶ କରାଇବାର ଆଳ କରି ଚୌଧୁରୀ ବ୍ୟାଙ୍କରୁ ଋଣ ନେଇଥିଲେ ।
ଇଡି ତଦନ୍ତରୁ ଆହୁରି ଜଣାପଡିଛି ଯେ ଚୌଧୁରୀଙ୍କ ଏହି ଜାଲିଆତି ପଛରେ ୪୫୦ଟି କମ୍ପାନୀ ଜଡିତ । ଯେଉଁମାନେକି ବି୍ରଟେନ, ଆମେରିକା, ସ୍ୱିଜରଲ୍ୟାଣ୍ଡ, ସିଙ୍ଗାପୁର, ଜର୍ମାନୀ ଓ ଦୁବାଇରେ କାର୍ଯ୍ୟ କରୁଛନ୍ତି । ଏହି ବିଦେଶୀ କମ୍ପାନୀଙ୍କ ଗୁଡିକଠାରୁ ଚୌଧୁରୀ ଜାଲ କାର୍ଯ୍ୟାଦେଶ ଆଣି ବ୍ୟାଙ୍କରୁ ଋଣ ନେଇଥିଲେ । ଇଡି ମୁଖପାତ୍ରଙ୍କ କହିବା ଅନୁଯାୟୀ ବିଜୟ ଆମେରିକାରେ ୧୫ଟି, ଦୁବାଇରେ ୯ଟି, ସିଙ୍ଗାପୁରରେ ୭ଟି, ଜର୍ମାନୀରେ ୪ଟି, ବି୍ରଟେନ ଓ ସ୍ୱିଜରଲ୍ୟାଣ୍ଡରେ ୩ଟି ଏବଂ ଚୀନ ଓ ଜିମ୍ବାୱେରେ ୨ଟି ଲେଖାଏଁ କମ୍ପାନୀ ଖୋଲି ଜାଲ କାର୍ଯ୍ୟାଦେଶ ପ୍ରସ୍ତୁତ କରିଥିଲେ । ବ୍ୟାଙ୍କ ଠକେଇକୁ ନେଇ ଚୌଧୁରୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି । ସିଣ୍ଡିକେଟ ବ୍ୟାଙ୍କ, ପିଏନବି, କାନାଡା ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆଠାରୁ ସେ ୯୬୬କୋଟି ଟଙ୍କା ଠକେଇ କରିଛନ୍ତି । ଏଥିପାଇଁ ସିବିଆଇ ଅଭିଯୋଗଫର୍ଦ ଦାଖଲ କରିଛି । ତେବେ ଇଡି କହିବା ଅନୁଯାୟୀ ଚୌଧୁରୀ ୨୫ଟି ବ୍ୟାଙ୍କରୁ ୨୬୫୦କୋଟି ଟଙ୍କା ଠକିଛନ୍ତି ।

ସୁବ୍ରତ ରାୟଙ୍କ ବିରୋଧରେ ଜାରି ଏନ୍‌ବିଡବ୍ଲୁ୍ୟ ରଦ୍ଦ

April 22, 2017

ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଦେବେ ମିଳିତ ବିରୋଧୀ ଦଳ

April 22, 2017

ଦୋକାନ ଉପରେ ମାଡ଼ିଗଲା ଟ୍ରକ,୨୦ ମୃତ

April 22, 2017

‘ଜନତାଙ୍କ ସ୍ୱାର୍ଥ ପାଇଁ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କର’

April 22, 2017

ଜୋରିମାନା ଗଣିଲେ ୩୦ପୁଲିସ

April 22, 2017