ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

July 22, 2017, 8:15 am

ଜାତୀୟ

ଭାରତରୁ ବିଦାୟ ନେଲେ ଇମାନ

May 5, 2017
ମୁମ୍ବଇ, ୪ା୫: ମେଦ ବହୁଳତାର ଚିକିତ୍ସା ପାଇଁ ଏଠାକୁ ଆସିଥିବା ଇଜିପ୍ଟ ମହିଳା ୩୭ବର୍ଷିଆ ଇମାନ ଅହମ୍ମଦ ଗୁରୁବାର ନିଜ ଦେଶକୁ ଫେରି ଯାଇଛନ୍ତି । ଆବୁଧାବିଠାରେ ତାଙ୍କର ପରବର୍ତ୍ତୀ ଚିକିତ୍ସା କରାଯିବ ବୋଲି ଡାକ୍ତରମାନେ କହିଛନ୍ତି । ଦୀର୍ଘ ପ୍ରାୟ ଅଢ଼େଇ ମାସ ସ୍ଥାନୀୟ ସଇଫି ହସ୍ପିଟାଲରେ ଚିକିତ୍ସିତ ହେବା ଦ୍ୱାରା ତାଙ୍କର ଓଜନ ପ୍ରାୟ ୩୨୯କିଲୋ ହ୍ରାସ ପାଇଥିଲା । ଇମାନ ଆସିଲା ସମୟରେ ତାଙ୍କ ଶରୀରର ଓଜନ ପ୍ରାୟ ୫କ୍ୱିଣ୍ଟାଲ ଥିଲା; କିନ୍ତୁ ଏବେ ୧୭୧କିଲୋ ଥିବା ଡାକ୍ତର କହିଛନ୍ତି । ତାଙ୍କର ମେଦ ଅସ୍ତ୍ରୋପଚାର(ବେରିଆଟିକ୍‌ ସର୍ଜରୀ) ସହ ପାକସ୍ଥଳୀ ସଂକୋଚନ ଚିକିତ୍ସା କରାଯାଇଥିଲା । ତାଙ୍କୁ ସ୍ୱତନ୍ତ୍ର ତରଳ ଭୋଜନ ଦିଆଯାଉଥିଲା । ତେବେ ଇମାନଙ୍କ ଭଉଣୀ ସାଇମା ସେଲିମ ବାସ୍ତବ ଓଜନ ହ୍ରାସ ପରିମାଣ ନେଇ ଡାକ୍ତରଙ୍କ ବିରୋଧରେ ଆପତ୍ତି ଉଠାଇବାରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା; ଯାହାର ଗୁରୁବାର ଅନ୍ତ ଘଟିଛି । ଇମାନଙ୍କ ଚିକିତ୍ସା ପାଇଁ ଏଠାରେ ବିପୁଳ ଅର୍ଥ ବ୍ୟୟ ହେଉଥିଲା; ନିଜ ଦେଶରେ ବା ଆବୁଧାବିରେ ତାଙ୍କର ମାଗଣା ଚିକିତ୍ସା ହୋଇପାରିବ ବୋଲି ଡାକ୍ତରମାନେ ଆଶା ବ୍ୟକ୍ତ କରିଛନ୍ତି । ଇମାନ ଏକ ମାଲବାହୀ ବିମାନରେ ଭାରତ ଆସିଥିବାବେଳେ ଯାତ୍ରିବାହୀ ବିମାନରେ ଭାରତରୁ ବିଦାୟ ନେଇଛନ୍ତି । ତେବେ ତାଙ୍କ ପାଇଁ ବିମାନର କିଛି ଚୌକି ଖାଲି କରାଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଏହାଛଡ଼ା ବିମାନରେ ଭିଆଇପି ବା ଜରୁରୀକାଳୀନ ବ୍ୟବସ୍ଥା ସହ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ବ୍ୟବସ୍ଥା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଇମାନ୍‌ ମୁମ୍ବଇ ଆସିବା ପୂର୍ବରୁ ଗତ ଦୁଇ ଦଶନ୍ଧି ଧରି ଇଜିପ୍ଟର ଆଲେକଜାଣ୍ଡି୍ରୟାଠାରେ ଥିବା ନିଜ ଘରୁ ବାହାରି ନଥିଲେ । ମେଦବହୁଳତା ଯୋଗୁଁ ସେ ହୃଦ୍‌ରୋଗ, ମଧୁମେହ, ରକ୍ତଚାପ ଭଳି ସଂଖ୍ୟାଧିକ ରୋଗରେ ଆକ୍ରାନ୍ତ ହୋଇପଡ଼ିଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ମତରେ ଓଜନ ହ୍ରାସ ପାଇଁ ଆଉ ଅଧିକ କିଛି କରାଯାଇପାରିବ ନାହିଁ; କେବଳ ସ୍ନାୟୁରୋଗ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ସେ ରହିବା ଦରକାର ।

ସୁବ୍ରତ ରାୟଙ୍କ ବିରୋଧରେ ଜାରି ଏନ୍‌ବିଡବ୍ଲୁ୍ୟ ରଦ୍ଦ

April 22, 2017

ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଦେବେ ମିଳିତ ବିରୋଧୀ ଦଳ

April 22, 2017

ଦୋକାନ ଉପରେ ମାଡ଼ିଗଲା ଟ୍ରକ,୨୦ ମୃତ

April 22, 2017

‘ଜନତାଙ୍କ ସ୍ୱାର୍ଥ ପାଇଁ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କର’

April 22, 2017

ଜୋରିମାନା ଗଣିଲେ ୩୦ପୁଲିସ

April 22, 2017