ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

July 22, 2017, 8:13 am

ଜାତୀୟ

ଇନେ୍ଦାର ସବୁଠୁ ସଫା; ଗୋଣ୍ଡା ସବୁଠୁ ମଇଳା ସହର

May 5, 2017
ନୂଆଦିଲ୍ଲୀ, ୪ା୫: କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁବାର ୨୦୧୭ବର୍ଷ ପାଇଁ ଦେଶର ସ୍ୱଚ୍ଛ ସହର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ମଧ୍ୟପ୍ରଦେଶର ଇନେ୍ଦାର ସର୍ବାଗ୍ରେ ଥିବାବେଳେ ସେହି ରାଜ୍ୟର ଭୋପାଳ ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ରହିଛି । ଦେଶର ସବୁଠୁ ସ୍ୱଚ୍ଛ ୧୦ସହର ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି ଗୁଜରାଟର ସୁରତ, ପଞ୍ଚମରେ କର୍ଣ୍ଣାଟକର ମହୀଶୁର, ଷଷ୍ଠରେ ତାମିଲନାଡ଼ୁର ତିରୁଚିରାପଲ୍ଲୀ, ସପ୍ତମରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ, ଅଷ୍ଟମରେ ମହାରାଷ୍ଟ୍ରର ନାଭିମୁମ୍ବଇ, ନବମରେ ଆନ୍ଧ୍ରପ୍ରଦେଶର ତିରୁପତି ଓ ଦଶମ ସ୍ଥାନରେ ରହିଛି ଗୁଜରାଟର ଭଦୋଦରା ସହର । ୨୦୧୬ତୁଳନାରେ ଏହି ସହରଗୁଡ଼ିକ ନିଜର ସ୍ୱଚ୍ଛତା ସ୍ଥିତିରେ ଉନ୍ନତି ଆଣିଛନ୍ତି । ସବୁଠୁ ମଇଳା ବା ସ୍ୱଚ୍ଛ ତାଲିକାର ଶେଷ ସ୍ଥାନରେ ଥିବା ସହର ହେଉଛି ଉତ୍ତରପ୍ରଦେଶର ଗୋଣ୍ଡା ଓ ଏହା ଉପରକୁ ରହିଛି ମହାରାଷ୍ଟ୍ରର ଭୁସୱାଲା । ତେବେ ସ୍ୱଚ୍ଛ ତାଲିକାର ଶ୍ରେଷ୍ଠ ୫୦ମଧ୍ୟରେ ରହିଛି ଗୁଜରାଟର ୧୨ସହର, ମଧ୍ୟପ୍ରଦେଶର ୧୧ ଓ ଆନ୍ଧ୍ରପ୍ରଦେଶର ୮ ସହର । ସର୍ବାଧିକ ମଇଳାା ସହର ରହିଛି ଜନଗହଳିପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ । ଏହାର ୬୨ସହର ମଧ୍ୟରୁ ୫୦ ମଇଳା ହୋଇଥିବାବେଳେ ବାରାଣସୀର ସ୍ଥାନ ୩୨ରହିଥିବା ଜଣାପଡ଼ିଛି । ସେହିଭଳି ବିହାରରେ ମଧ୍ୟ ସର୍ବାଧିକ ମଇଳା ସହର ରହିଛି । ଏହାର ୨୭ରୁ ୧୯ ସହର ତାଲିକାର ୩୦୦ତଳକୁ ରହିଛି । ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ମୋଟ ୪୩୪ ସହରର ସର୍ବେକ୍ଷଣ କରାଯାଇଥିଲା । କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ଭେଙ୍କିଆ ନାଇଡୁ ଏକ ସ୍ୱତନ୍ତ୍ର ଉତ୍ସବରେ ସର୍ଭେ ରିପୋର୍ଟ ସହ ସ୍ୱଚ୍ଛ ସହର ତାଲିକା ଘୋଷଣା କରିଛନ୍ତି । ଏଥିସହିତ ୨୫ଟି ସହରର ଲୋକଙ୍କୁ ଶ୍ରେଷ୍ଠ ନାଗରିକ ଭାବେ ବିବେଚନା କରାଯାଇଛି । ଏହି ସର୍ଭେ ପାଇଁ ୫୫ଜଣ ନିଯୁକ୍ତ ହୋଇଥିଲେ ଓ ସେମାନେ ୪୩୪ ସହରର ୧୭ହଜାର ୫୦୦ ସ୍ଥାନରେ ୪୨୧ଜଣଙ୍କ ମାଧ୍ୟରେ ଅନୁଧ୍ୟାନ କରିଥିଲେ । ସ୍ମାର୍ଟ ସିଟି ତାଲିକାର ଏକ ନମ୍ବର ସ୍ଥାନରେ ଥିବା ଭୁବନେଶ୍ୱର ସ୍ୱଚ୍ଛ ତାଲିକାର ୯୪ତମ ସ୍ଥାନରେ ରହିଛି ।

ସୁବ୍ରତ ରାୟଙ୍କ ବିରୋଧରେ ଜାରି ଏନ୍‌ବିଡବ୍ଲୁ୍ୟ ରଦ୍ଦ

April 22, 2017

ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଦେବେ ମିଳିତ ବିରୋଧୀ ଦଳ

April 22, 2017

ଦୋକାନ ଉପରେ ମାଡ଼ିଗଲା ଟ୍ରକ,୨୦ ମୃତ

April 22, 2017

‘ଜନତାଙ୍କ ସ୍ୱାର୍ଥ ପାଇଁ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କର’

April 22, 2017

ଜୋରିମାନା ଗଣିଲେ ୩୦ପୁଲିସ

April 22, 2017