ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

July 22, 2017, 8:14 am

ମୁଖ୍ୟ ଖବର

ଆତଙ୍କବାଦୀ ତଲାସ ଅଭିଯାନ ଜୋର୍‌ଦାର

May 5, 2017
ସୋଫିଆନ୍‌ ଓ ପୁଲୱାମାରେ ୩୦ଗାଁ ଘେରାବନ୍ଦୀ, ୩ହଜାର ଯବାନ, ସିଆରପିଏଫ୍‌ ଓ ପୁଲିସ ସାମିଲ
ଶ୍ରୀନଗର, ୪ା୫: ଆତଙ୍କବାଦୀଙ୍କ ବିରୋଧରେ କାଶ୍ମୀରରେ ସବୁଠୁ ବଡ଼ ଚଢ଼ଉ ଅଭିଯାନ ଆରମ୍ଭ ହୋଇଛି । ସୋଫିଆନ୍‌ ଓ ପୁଲୱାମା ଜିଲାର ୩୦ଟି ଗାଁକୁ ଘେରାବନ୍ଦୀ କରି ସେନାବାହିନୀ ଜୋରଦାର ଆତଙ୍କବାଦୀ ତଲାସ ଜାରି ରଖିଛି । ଆତଙ୍କବାଦୀଙ୍କ ଗଡ଼ ଭାବେ ପରିଚିତ ଏହି ଅଞ୍ଚଳରେ କିଛି ଆତଙ୍କବାଦୀ ନିର୍ଭୟରେ ବିଚରଣ ରୁଥିବା ସଂକ୍ରାନ୍ତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବୁଧବାର ବିଳମ୍ବିତ ରାତି୍ରରୁ ଏହି ଚଢ଼ଉ ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ସେନାବାହିନୀର ୩ହଜାର ଯବାନଙ୍କ ସହ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍‌) ଓ ରାଜ୍ୟ ପୁଲିସବାହିନୀ ସାମିଲ ହୋଇ ପ୍ରତ୍ୟେକ ଘର ବାହାର ତନ୍ନତନ୍ନକରି ଯାଞ୍ଚ ଚଳାଇଛନ୍ତି । ସୂଚନାନୁଯାୟୀ, ଏହି ଅଞ୍ଚଳର ପ୍ରାୟ ୨୪ଟି ଗାଁରେ ଆତଙ୍କବାଦୀମାନେ ସ୍ଥାନୀୟ ଅଧିବାସୀଙ୍କ ସୁରକ୍ଷା ବଳୟରେ ଖୋଲାଖୋଲି ବିଚରଣ କରୁଛନ୍ତି । ସୋଫିଆନ୍‌ ଜଙ୍ଗଲ ଆତଙ୍କବାଦୀଙ୍କ ପାଇଁ ସ୍ୱାଧୀନ ବିଚରଣ ଅଞ୍ଚଳ ହୋଇଥିବା କେତେକ ଭିଡିଓରୁ ସ୍ପଷ୍ଟ ହୋଇଛି । ସେମାନଙ୍କୁ ଲୁଚିଥିବା ସ୍ଥାନରୁ ବାହାର କରିବା ଓ ଗ୍ରାମବାସୀଙ୍କୁ ଦେଶର ଆଇନ ବ୍ୟବସ୍ଥା ଉପରେ ଭରସା ଜନ୍ମାଇବା ପାଇଁ ଏହି ଚଢ଼ଉ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ସମ୍ପର୍କରେ ସେନା ପକ୍ଷରୁ କୌଣସି ପୂର୍ବ ସୂଚନା ଦିଆଯାଇ ନାହିଁ । ଅପରପକ୍ଷରେ ସ୍ଥାନୀୟ ଲୋକେ ଆତଙ୍କବାଦୀଙ୍କ ସୁରକ୍ଷା ପାଇଁ ବାହାରି ଆସିବା ସହ ଯବାନଙ୍କ ରାସ୍ତା ଓଗାଳୁଥିବା ଲକ୍ଷ୍ୟ କରାଯାଉଛି । ଏପରି କ୍ଷେତ୍ରରେ ପୁଲିସ ଅଳ୍ପ ବଳ ପ୍ରୟୋଗ କରି ସମ୍ପୃକ୍ତ ବିକ୍ଷୋଭକାରୀଙ୍କୁ ଧରି ନେଇଛି ।
ସୋଫିଆନ୍‌ ଓ ପୁଲୱାମା ଜିଲାରେ କ୍ରମବର୍ଦ୍ଧିଷ୍ଣୁ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘନଘନ ଆଲୋଚନା ଜାରି ରହିଛି । ରାଜ୍ୟ ପୁଲିସ ମହାନିର୍ଦେଶକ ଏସ୍‌.କେ ବୈଦ ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି । ବୁଧବାର ଆତଙ୍କବାଦୀମାନେ ପୁଲିସ କର୍ମଚାରୀଙ୍କଠାରୁ ଅସ୍ତ୍ର ଲୁଟ୍‌ କଲାବେଳେ ସମ୍ପୃକ୍ତ ପୁଲିସ ଏହାର ମୁକାବିଲା କରି ନଥିବା ରିପୋର୍ଟ ମିଳିବା ପରେ ଏହାର ତଦନ୍ତ ଚାଲିଛି । ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । 
ଉପରୋକ୍ତ ଦୁଇ ଜିଲାରେ ଗତ କିଛି କାଳ ଧରି ଆତଙ୍କବାଦୀ କାର୍ଯ୍ୟକଳାପ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ଗତ ୩ଦିନ ମଧ୍ୟରେ ୪ଟି ଆକ୍ରମଣ ଘଟଣା ସହିତ ତିନିଟି ବ୍ୟାଙ୍କ ଲୁଟ୍‌ ଓ ଗୋଟିଏ ଅସ୍ତ୍ରଶସ୍ତ୍ର ଳୁଟ୍‌ ଭଳି ଘଟଣା ଘଟିଛି । ତା’ଛଡ଼ା ବିଚ୍ଛିନ୍ନତାବାଦ ସମର୍ଥକ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ମଧ୍ୟ ବୃଦ୍ଧି ପାଇଛି । ସୋମବାର ନିୟନ୍ତ୍ରଣ ରେଖା ଡେଇଁ ପାକ୍‌ସେନା ଦୁଇ ଜଣ ଭାରତୀୟ ଯବାନଙ୍କ ମୁଣ୍ଡ କାଟିନେବା ଭଳି ବର୍ବର ଘଟଣା ପରେ ଭାରତ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସୂଚନା ଦିଆଯାଇଛି ।

ଧନତେରାଶରେ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼

October 28, 2016

 ଭୁବନେଶ୍ୱର: ଆଜି ଧନତେରାସ୍। ବିଶ୍ୱାସ ରହିଛି ଆଜିର ଦିନରେ ସୁନାରୁପା କିମ୍ୱା ଅନ୍ୟ ଧାତୁରେ ତିଆରି ଜିନିଷ କିଣିଲେ ମା' ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରେ ସୁଖ ଶାନ୍ତି ବିରାଜମାନ କରିବା ସହ ଧନ ସମ୍ପତ୍ତି ବଢ଼ିଥାଏ। ଏଥିପାଇଁ ରାଜ୍ୟର ବିଭିନ୍ନ ସହରରେ ଅଳଙ୍କାର ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ଅଧିକ ଖବର...

ଶ୍ରୀମନ୍ଦିରରେ ଆମିଷ ଭୋଜନ ପରଷା ଲେଖା ପାଇଁ କ୍ଷମା ମାଗିଲା ଏୟାର ଇଣ୍ଡିଆ

October 28, 2016

  ପୁରୀ: ଶ୍ରୀମନ୍ଦିରରେ ରୋଷ ଶାଳାରେ ଆମିଷ ଭୋଜନ ପ୍ରସ୍ତୁତ କରାଯାଉଥିବା ଲେଖାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଜୋରଦାର ବିରୋଧ ପରେ ଆଜି ଏୟାର ଇଣ୍ଡିଆ ପକ୍ଷରୁ ଏନେଇ କ୍ଷମା ପ୍ରାର୍ଥନା କରାଯାଇଛି। ଟ୍ୱିଟ୍ କରି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନ କରିଛନ୍ତି।

ଅଧିକ ଖବର...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

October 28, 2016

 ସୁବର୍ଣ୍ଣପୁର୍ ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ଓ ଅଫିସ୍ ସମେତ୍ ୭ଟି ଜାଗାରେ ଅାଜି ଭିଜିଲାନ୍ସ ଅଧିକାରୀ ଚଢ଼ଉ କରି ୧ କୋଟି ୨୪ ଲକ୍ଷ ୯୦ ହଜାର୍ ଟଙ୍କାର୍ ସ୍ଥାବର୍ ଓ ଅସ୍ଥାବର ସମ୍ପତି ଠାବ କରିଛନ୍ତି। ସେ ୧୯୯୧ ମସିହା ବଲାଙ୍ଗିର୍ ଜିଲ୍ଲା ବେଙ୍ଗାମୁଣ୍ଡା ବ୍ଲକ୍ରେ ଷ୍ଟାଇପେଣ୍ଡି୍ର ଇଞ୍ଜିନିୟର୍ ଭାବେ ୨ହଜାର୍ ଟଙ୍କା ମାସିକ ଷ୍ଟାଇପେଣ୍ଡ୍ରେ କାମ ଅାରମ୍ଭ କରିଥିଲେ।

ଅଧିକ ଖବର...

ଗୁଳିମାଡ କରି ମୋଟର ସାଇକେଲ ଲୁଟ୍

October 28, 2016

 ପୂର୍ବାହ୍ନରେ ଭୂବନେଶ୍ୱର ଅଂଚଳର ତିନିଜଣ ଯୁବକ ଜିତେସ୍ ସିଂଙ୍ଗଦେବ, ସିର୍ଦ୍ଧାର୍ଥ ପଣ୍ଡା ଓ ବିଶ୍ୱନାଥ ପ୍ରତାପ କୌଣସି କାମରେ ଚାଇଁବସା ଗ୍ରାମକୁ ଯାଉଥିବା ସମୟରେ ଡୁବୁରି ଅଂଚଳରୁ ୩ ଜଣ ଯୁବକ ଏମାନଙ୍କୁ ପିଛା କରି ପଛରେ ଅାସିଥିଲେ। ବ୍ରାହ୍ମଣୀପାଳ ଠାରୁ ମାତ୍ର ୫ କି.ମି ଦୂରତା ରେମାଳ ଛକ ନିକଟ ଜଙ୍ଗଲ ପାଖରେ ପିଛାକରୁଥିବା ଯୁବକ ମାନେ ଅଚାନକ ଭାବରେ ଗୁଳିଚାଳନା କରିଥିବା ବେଳେ ଜିତେସଙ୍କ ଦେହରେ ଗୁଳିବାଜିଥିଲା।

ଅଧିକ ଖବର...

ଜନସଂପର୍କ ପଦଯାତ୍ରା ପାଇଁ ଶେରପୁରରେ ବିଜେଡି ପ୍ରସ୍ତୁତି ବୈଠକ

October 28, 2016

 ବିଜେଡି ଜନସଂପର୍କ ପଦାଯାତ୍ରା ପାଇଁ ପ୍ରସ୍ତୁତି ବେଌ୰ଙ୍ଘଲ୭;ଠକ ଅାୟୋଜିତ ହୋଇଯାଇଛି । ନୀଳମଣି ପୃଷ୍ଟିଙ୍କ ସଭାପତିତ୍ୱରେ ଅାୟୋଜିତ ଏହି ବେଌ୰ଙ୍ଘଲ୭;ଠକରେ ଏହି ପଦଯାତ୍ରାକୁ କିଭଳି ସଫଳ କରାଯିବ ତାକୁ ନେଇ ବିସ୍ତୃତ ଅାଲୋଚନା ହୋଇଥିଲା ।

ଅଧିକ ଖବର...