ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

September 21, 2017, 12:27 pm

ମୁଖ୍ୟ ଖବର

ଅଗଷ୍ଟରୁ ନୂଆ ଯାନରେ ଟୋଲ୍‌ ଟ୍ୟାଗ୍‌

May 5, 2017
ନୂଆଦିଲ୍ଲୀ, ୪ା୫: ଆସନ୍ତା ଅଗଷ୍ଟ ମାସରୁ ଦେଶରେ ଚଳାଚଳ କରିବାକୁ ଥିବା ସମସ୍ତ ନୂଆ ଯାନରେ ଟୋଲ୍‌ ଟ୍ୟାଗ୍‌ କିମ୍ବା ଆର୍‌ଏଫ୍‌ଆଇଡି (ରେଡିଓ ଫ୍ରିକୁ୍ୟଏନ୍ସି ପରିଚୟ) ଟ୍ୟାଗ୍‌ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ତେଣୁ ଅଟୋ ମୋବାଇଲ ଡିଲରମାନେ ଅଗଷ୍ଟ ମାସଠାରୁ ବିନା ଟୋଲ୍‌ ଟ୍ୟାଗ୍‌ କିମ୍ବା ଆର୍‌ଏଫ୍‌ଆଇଡି ଟ୍ୟାଗ୍‌ରେ ଯାନ ବିକ୍ରି କରିପାରିବେ ନାହିଁ । ଅଗଷ୍ଟରୁ ଡିଲରମାନେ ଯାନରେ ଏଫଏଏସ୍‌ ଟ୍ୟାଗ୍‌ ଲଗାଇବେ ।
ତେବେ ପୂର୍ବରୁ ଅକ୍ଟୋବରରୁ ଏହି ନିୟମକୁ ସରକାର ଲାଗୁ କରିବାକୁ ଥିବାବେଳେ ବର୍ତ୍ତମାନ ପ୍ରାଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଏହାକୁ ଆଗୁଆ ଲାଗୁ କରିବାକୁ ଆଗ୍ରହ ପ୍ରକାଶ କରିଛି । ସମସ୍ତ ନୂଆ ଯାନ (କାର ସମେତ)ରେ ଡିଜିଟାଲ ପରିଚୟ ଟ୍ୟାଗ୍‌ ସଂଯୁକ୍ତ କରିବାକୁ ଗତବର୍ଷ ସରକାର ନିର୍ଦେଶନାମା ଜାରି କରିଥିଲେ । ଏହାଦ୍ୱାରା ସମସ୍ତ ଟୋଲ୍‌ ପ୍ଲାଜାରେ ଇଲେକ୍‌ଟ୍ରୋନିକ୍‌ ପେମେଣ୍ଟ ସହଜ ହେବା ସହ ଚେକ୍‌ ପୋଷ୍ଟରେ ସିମ୍‌ ବିହୀନ ଗାଡି ଚଳାଚଳ ସୁନିଶ୍ଚିତ ହେବ । ଯେତେବେଳେ ଟୁଲ୍‌ ଟ୍ୟାକ୍ସ ବୁଥ୍‌ ଦେଇ ଯାନ ଅତିକ୍ରମ କରିବ ସେତେବେଳେ ଆର୍‌ଏଫ୍‌ଆଇଡି ଟ୍ୟାଗ୍‌ରୁ ଇଲେକ୍‌ଟ୍ରୋନିକ୍ସ ଟୁଲ୍‌ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହି ବ୍ୟବସ୍ଥାରେ ଗାଡି ଆଉ ଟୋଲ୍‌ ବୁଥ୍‌ରେ ନ ଅଟକି ଚାଲିଯିବ । ଏହି ଟ୍ୟାଗ୍‌କୁ ଭବିଷ୍ୟତରେ ବ୍ୟବହାର ପାଇଁ ରିଚାର୍ଜ କରାଯାଇପାରିବ । 

ଧନତେରାଶରେ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼

October 28, 2016

 ଭୁବନେଶ୍ୱର: ଆଜି ଧନତେରାସ୍। ବିଶ୍ୱାସ ରହିଛି ଆଜିର ଦିନରେ ସୁନାରୁପା କିମ୍ୱା ଅନ୍ୟ ଧାତୁରେ ତିଆରି ଜିନିଷ କିଣିଲେ ମା' ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରେ ସୁଖ ଶାନ୍ତି ବିରାଜମାନ କରିବା ସହ ଧନ ସମ୍ପତ୍ତି ବଢ଼ିଥାଏ। ଏଥିପାଇଁ ରାଜ୍ୟର ବିଭିନ୍ନ ସହରରେ ଅଳଙ୍କାର ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ଅଧିକ ଖବର...

ଶ୍ରୀମନ୍ଦିରରେ ଆମିଷ ଭୋଜନ ପରଷା ଲେଖା ପାଇଁ କ୍ଷମା ମାଗିଲା ଏୟାର ଇଣ୍ଡିଆ

October 28, 2016

  ପୁରୀ: ଶ୍ରୀମନ୍ଦିରରେ ରୋଷ ଶାଳାରେ ଆମିଷ ଭୋଜନ ପ୍ରସ୍ତୁତ କରାଯାଉଥିବା ଲେଖାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଜୋରଦାର ବିରୋଧ ପରେ ଆଜି ଏୟାର ଇଣ୍ଡିଆ ପକ୍ଷରୁ ଏନେଇ କ୍ଷମା ପ୍ରାର୍ଥନା କରାଯାଇଛି। ଟ୍ୱିଟ୍ କରି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନ କରିଛନ୍ତି।

ଅଧିକ ଖବର...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

October 28, 2016

 ସୁବର୍ଣ୍ଣପୁର୍ ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ଓ ଅଫିସ୍ ସମେତ୍ ୭ଟି ଜାଗାରେ ଅାଜି ଭିଜିଲାନ୍ସ ଅଧିକାରୀ ଚଢ଼ଉ କରି ୧ କୋଟି ୨୪ ଲକ୍ଷ ୯୦ ହଜାର୍ ଟଙ୍କାର୍ ସ୍ଥାବର୍ ଓ ଅସ୍ଥାବର ସମ୍ପତି ଠାବ କରିଛନ୍ତି। ସେ ୧୯୯୧ ମସିହା ବଲାଙ୍ଗିର୍ ଜିଲ୍ଲା ବେଙ୍ଗାମୁଣ୍ଡା ବ୍ଲକ୍ରେ ଷ୍ଟାଇପେଣ୍ଡି୍ର ଇଞ୍ଜିନିୟର୍ ଭାବେ ୨ହଜାର୍ ଟଙ୍କା ମାସିକ ଷ୍ଟାଇପେଣ୍ଡ୍ରେ କାମ ଅାରମ୍ଭ କରିଥିଲେ।

ଅଧିକ ଖବର...

ଗୁଳିମାଡ କରି ମୋଟର ସାଇକେଲ ଲୁଟ୍

October 28, 2016

 ପୂର୍ବାହ୍ନରେ ଭୂବନେଶ୍ୱର ଅଂଚଳର ତିନିଜଣ ଯୁବକ ଜିତେସ୍ ସିଂଙ୍ଗଦେବ, ସିର୍ଦ୍ଧାର୍ଥ ପଣ୍ଡା ଓ ବିଶ୍ୱନାଥ ପ୍ରତାପ କୌଣସି କାମରେ ଚାଇଁବସା ଗ୍ରାମକୁ ଯାଉଥିବା ସମୟରେ ଡୁବୁରି ଅଂଚଳରୁ ୩ ଜଣ ଯୁବକ ଏମାନଙ୍କୁ ପିଛା କରି ପଛରେ ଅାସିଥିଲେ। ବ୍ରାହ୍ମଣୀପାଳ ଠାରୁ ମାତ୍ର ୫ କି.ମି ଦୂରତା ରେମାଳ ଛକ ନିକଟ ଜଙ୍ଗଲ ପାଖରେ ପିଛାକରୁଥିବା ଯୁବକ ମାନେ ଅଚାନକ ଭାବରେ ଗୁଳିଚାଳନା କରିଥିବା ବେଳେ ଜିତେସଙ୍କ ଦେହରେ ଗୁଳିବାଜିଥିଲା।

ଅଧିକ ଖବର...

ଜନସଂପର୍କ ପଦଯାତ୍ରା ପାଇଁ ଶେରପୁରରେ ବିଜେଡି ପ୍ରସ୍ତୁତି ବୈଠକ

October 28, 2016

 ବିଜେଡି ଜନସଂପର୍କ ପଦାଯାତ୍ରା ପାଇଁ ପ୍ରସ୍ତୁତି ବେଌ୰ଙ୍ଘଲ୭;ଠକ ଅାୟୋଜିତ ହୋଇଯାଇଛି । ନୀଳମଣି ପୃଷ୍ଟିଙ୍କ ସଭାପତିତ୍ୱରେ ଅାୟୋଜିତ ଏହି ବେଌ୰ଙ୍ଘଲ୭;ଠକରେ ଏହି ପଦଯାତ୍ରାକୁ କିଭଳି ସଫଳ କରାଯିବ ତାକୁ ନେଇ ବିସ୍ତୃତ ଅାଲୋଚନା ହୋଇଥିଲା ।

ଅଧିକ ଖବର...