ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

September 21, 2017, 12:32 pm

ଆଞ୍ଚଳିକ

ସ୍ୱଚ୍ଛ ସର୍ବେକ୍ଷଣ-୨୦୧୭ ଫଳାଫଳ ଘୋଷିତ

May 5, 2017
୯୦ ଭିତରେ ଓଡ଼ିଶା ନିଖୋଜ
 ଭୁବନେଶ୍ୱର, ୪ା୫ (ଭୁ.ପ୍ର): ବହୁ ପ୍ରତୀକ୍ଷିତ ସ୍ୱଚ୍ଛ ସର୍ବେକ୍ଷଣ-୨୦୧୭ର ଫଳାଫଳ ଗୁରୁବାର ପ୍ରକାଶ ପାଇଛି । ୪୩୪ଟି ସହରକୁ ନେଇ କରାଯାଇଥିବା ଏହି ସର୍ବେକ୍ଷଣରେ ଓଡ଼ିଶାର କୌଣସି ସହର ୯୦ ଭିତରେ ନଥିବା ଜଣାପଡ଼ିଛି  । ଭୁବନେଶ୍ୱର ୯୪ ସ୍ଥାନରେ ରହିଥିବାବେଳେ ରାଉରକେଲା ୧୬୮, ବ୍ରହ୍ମପୁର ୧୮୭, ବାଲେଶ୍ୱର ୧୯୦, ପୁରୀ ୧୯୪, କଟକ ୨୦୪, ବାରିପଦା ୨୬୧, ସମ୍ବଲପୁର ୩୨୨ ଓ ଭଦ୍ରକ ୩୪୯ତମ ସ୍ଥାନରେ ସନ୍ତୁଷ୍ଟ ରହିଛନ୍ତି । ଅମୃତ ମିଶନ୍‌ରେ ସାମିଲ୍‌ ଥିବା ଓଡ଼ିଶାର ଉପରୋକ୍ତ ୯ଟି ସହରକୁ ଏହି ସର୍ବଭାରତୀୟ ସର୍ବେକ୍ଷଣରେ ସାମିଲ୍‌ କରାଯାଇ ଥିଲା । ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ଭେଙ୍କିୟା ନାଇଡ଼ୁ ଏହି ଫଳାଫଳ ଘୋଷଣା କରିଛନ୍ତି । 
ତେବେ ଭୁବନେଶ୍ୱରକୁ ମିଳିଛି ସ୍ୱତନ୍ତ୍ର ପୁରସ୍କାର । ପୂର୍ବ ଭାରତର ଦ୍ରୁତ ବିକାଶଶୀଳ ସହର (୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର) ଭାବେ ଭୁବନେଶ୍ୱରକୁ ସମ୍ମାନିତ କରାଯାଇଛି । ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା କେନ୍ଦ୍ରମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ତେବେ ମଧ୍ୟପ୍ରଦେଶର ଏହି ସର୍ବେକ୍ଷଣରେ ବାଜିମାତ୍‌ କରିଛି । ଇନେ୍ଦାର ଏବଂ ଭୋପାଳ ଯଥାକ୍ରମେ ୧ମ ଓ ୨ୟ ସ୍ଥାନରେ ରହିଛନ୍ତି । ବିଶାଖାପାଟଣା ୩ୟ, ସୁରତ ୪ର୍ଥ, ମହୀଶୂର ୫ମ, ତିରୁଚିରାପଲ୍ଲୀ ୬ଷ୍ଠ, ନୂଆଦିଲ୍ଲୀ ୭ମ, ନଭି ମୁମ୍ବଇ ୮ମ, ତିରୁପତି ୯ମ ଓ ଭଦୋଦରା ୧୦ମ ସ୍ଥାନରେ ରହିଛନ୍ତି ।
ସ୍ୱଚ୍ଛ ସର୍ବେକ୍ଷଣ-୨୦୧୬ରେ ଭୁବନେଶ୍ୱର ୩୩୧ତମ ସ୍ଥାନ ହାସଲ କରିଥିବା ବେଳେ ଚଳିତ ବର୍ଷ ୯୪ତମ ସ୍ଥାନକୁ ଉନ୍ନୀତ ହୋଇଛି । ଭୁବନେଶ୍ୱର ଦେଶର ପ୍ରଥମ ସ୍ମାର୍ଟସିଟି ମାନ୍ୟତା ହାସଲ କରିଥିବାରୁ ସ୍ୱଚ୍ଛ ସର୍ବେକ୍ଷଣର ଫଳାଫଳ ରାଜଧାନୀ ପାଇଁ ବେଶ୍‌ ଗୁରୁତ୍ୱ ବହନ କରିଥିଲା । ସ୍ୱଚ୍ଛ ସର୍ବେକ୍ଷଣ ୨୦୧୭ରେ ସମୁଦାୟ ୨୦୦୦ ହଜାର ମାର୍କ ରହିଥିବା ବେଳେ ଏଥିରେ ଭୁବନେଶ୍ୱର ସମୁଦାୟ ୧୨୫୪ ମାର୍କ ହାସଲ କରିଛି । ସର୍ବେକ୍ଷଣରେ ମୁ୍ୟନିସିପାଲ୍ ଡକୁ୍ୟମେଣ୍ଟେସନ୍ ପାଇଁ ୯ଶହ ମାର୍କ, ନାଗରିକ ମତାମତ ପାଇଁ ଶହେ ମାର୍କ ଏବଂ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦ୍ୱାରା ପାଇଁ ୫ଶହ ମାର୍କ ରହିଥିଲା । 
ସ୍ୱଚ୍ଛ ଭାରତ ମିଶନ ସୂତ୍ରରୁ ପ୍ରକାଶିତ ବିବରଣୀ ଅନୁସାରେ ଭୁବନେଶ୍ୱର ସହର ଡୋର୍-ଟୁ-ଡୋର୍ ଆବର୍ଜନା ସଂଗ୍ରହ କ୍ଷେତ୍ରରେ ୭୫ ପ୍ରତିଶତ ସଫଳତା ହାସଲ କରିଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଆବର୍ଜନା ସଂଗୃହୀତ ହୋଇ ଡମ୍ପିଂୟାଡ୍କୁ ପରିବହନ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ କରିଛି । ସମଗ୍ର ସହରର ସମୁଦାୟ ୭୦ ଭାଗ ଅଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା ଦ୍ୱାରା ପରିବ୍ୟାପ୍ତ ହୋଇଛି ।
ସେହିପରି ପର୍ବପର୍ବାଣିରେ ତଥା ମାର୍କେଟ୍ ଅଞ୍ଚଳରେ ଦୁଇଥର ସଫେଇ ନେଇ ମଧ୍ୟ ସର୍ବେକ୍ଷଣ ପୁସ୍ତକରେ ଉଲ୍ଲେଖ ରହିଛି । ସହରରେ ପର୍ଯ୍ୟାପ୍ତ ପରିମାଣର ଡଷ୍ଟବିନ୍ ଲଗାଯିବା ନେଇ ବିଏମ୍ସି ପକ୍ଷରୁ ପଦକ୍ଷେପ ନିଆଯାଇଥିବା ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି । ଭେଙ୍କିୟା ନାଇଡୁଙ୍କ ଦ୍ୱାରା ଉନ୍ମୋଚିତ ସ୍ୱଚ୍ଛ ସର୍ଭେକ୍ଷଣ ୨୦୧୭ ବିବରଣୀ ପତ୍ରିକାରେ କୁହାଯାଇଛି ଯେ, ବିଏମ୍ସି ତା'ର ୭୫ ପ୍ରତିଶତ ପରିବହନ ବୋଝେଇ ଗାଡ଼ିରେ ଜିପିଏସ୍ ସରଞ୍ଜାମ ଲଗାଇବା ସହ ଅନ୍ଲାଇନ୍ ଆବର୍ଜନା ସଂଗ୍ରହ ଓ ପରିବହନ କାର୍ଯ୍ୟ ତଦାରଖ କାର୍ଯ୍ୟ ଅଧିକ ଦକ୍ଷ କରିପାରିଛି । ସୂଚନା ପ୍ରଯୁକ୍ତି ବିଦ୍ୟାସମ୍ପନ୍ନ ସରଞ୍ଜାମ ବ୍ୟବହାର କରି ବାୟୋମେଟ୍ରିକ୍ ଡିଭାଇସ୍ ଜରିଆରେ ସଫେଇ କର୍ମଚାରୀଙ୍କ ଉପସ୍ଥାନ ଗ୍ରହଣ କରାଯାଉଥିବା କ୍ଷେତ୍ରରେ ବିଏମ୍ସିକୁ ଶତପ୍ରତିଶତ ମାର୍କ ମିଳିଛି । ସେହିପରି କର୍ମଚାରୀମାନେ ଇ-ଲର୍ଣ୍ଣିଂ ଜରିଆରେ ସ୍ୱଚ୍ଛ ସର୍ବେକ୍ଷଣ ସାର୍ଟିଫିକେଟ୍ ହାସଲ କରିବା କ୍ଷେତ୍ରରେ ଭୁବନେଶ୍ୱର ଶତ ପ୍ରତିଶତ ସଫଳତା ହାସଲ କରିଥିବା ନେଇ ସ୍ୱଚ୍ଛ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ବଲାଙ୍ଗିର:ହାତୀ ଆକ୍ରମଣରେ ୩ ଆହତ

October 28, 2016

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଅଗଲପୁର ବ୍ଲକ ଡୁଡୁକାମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବଲାଙ୍ଗିର ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଗାଁ ଭିତରକୁ ପ୍ରାୟ ୨୦ରୁ ଅଧିକ ହାତୀ ପଶି ଆସିଥିବାରୁ ଜଙ୍ଗଲ ନିକଟରେ କାମ କରୁଥିବା ବେଳେ କିଛି ଶ୍ରମିକଙ୍କୁ ହାତୀପଲ ଆକ୍ରମଣ କରିଥିଲେ। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ କରାଯାଉଛି। 

ଅଧିକ ଖବର...

କଂଗ୍ରେସ ଦଳରେ ଯୋଗଦେଲେ ୪୬ ଯୁବନେତା

October 28, 2016

 ସଂପ୍ରତି ଯୁବକମାନେ କର୍ମ ନିଯୁକ୍ତିର ଘୋର ଅଭାବ ଯୋଗୁଁ ହତାଶା ମଧ୍ୟ ଦେଇ ଗତି କରୁଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ବର୍ଷକୁ ୨କୋଟି ନିଯୁକ୍ତି ସୃଷ୍ଟିର ପ୍ରତିଶୃତି ଦେଇଥିବା ବର୍ତ୍ତମାନର ମୋଦି ସରକାର ଲେବର ବୁ୍ୟରୋର ରିପୋଟ ଅନୁଯାୟୀ ଗତ ୨୦୧୫ରେ ମାତ୍ର ୧ଲକ୍ଷ ୩୫ ହଜାର ନିଯୁକ୍ତି ସୃଷ୍ଟି କରିବାକୁ ସମର୍ଥ ହୋଇଛନ୍ତି।

ଅଧିକ ଖବର...

ବ୍ଲାଷ୍ଟିଂ ବନ୍ଦ ପାଇଁ ଗ୍ରାମବାସୀଙ୍କ ବିରୋଧ

October 28, 2016

 ଦକ୍ଷିଣ ରାଉରକେଲା ସୋନାପର୍ବତ ନିକଟସ୍ଥ ଆଇଡିଏଲ୍ ଏକ୍ସପ୍ଲୋସିଭ କାରଖାନାରେ ଉଚ୍ଚ ଶକ୍ତି ସମ୍ପନ୍ନ ବ୍ଲାଷ୍ଟିଂକୁ ନେଇ ସ୍ଥାନୀୟ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା କାରଖାନା ଗେଟ୍ ସମ୍ମୁଖରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ କାରଖାନା ପକ୍ଷରୁ ବ୍ଲାଷ୍ଟିଂ ବନ୍ଦ କରାଯିବାଲାଗି ପ୍ରତିଶୃତି ଦିଆଯିବାରୁ ଉତ୍ତେଜନା ପ୍ରଶମିତ ହୋଇଥିଲା। ଗ୍ରାମବାସୀଙ୍କ କହିବାନୁସାରେ ଦୀର୍ଘବର୍ଷ ହେବ ଏଠାରେ ବାରୁଦ ପରୀକ୍ଷଣ କରାଯଉଥିବାବେଳେ ଆଖପାଖ ଗାଁ ସୋନାପର୍ବତ, ଟାଙ୍ଗରପାଲ୍ଲୀ, ଅସୁରଛାପଲ, ନବକୃଷ୍ଣନଗର, ଗୋପବନ୍ଧୁନଗର, ଆଦି ଅଞ୍ଚଳର ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷଣ ସମୟରେ ଏତେ ଶକ୍ତିଶାଳୀ ଶବ୍ଦ ହେଉଛି ଯେ ଲୋକେ ଭୟଭୀତ ହୋଇପଡୁଛନ୍ତି।

ଅଧିକ ଖବର...

ଦିନରେ ଗୋଟିଏ ସେଓ ରଖିବ ଆପଣଙ୍କ ହୃଦୟକୁ ସୁସ୍ଥ

October 28, 2016

 ବର୍ତ୍ତମାନ ସମୟରେ କହିହେବ ନାହିଁ କେବଳ ବୃଦ୍ଧାବସ୍ଥାରେ ହିଁ ଜଣେ ରୋଗର ଶିକାର ହେବ। ବର୍ତ୍ତମାନର ଜୀବନଶୈଳୀରେ ଏତେ ମାତ୍ରାରେ ପରିବର୍ତ୍ତନ ଆସିଛି ଯେ, ଦୁର୍ବଳ ହୃଦୟ ବା ହୃଦ ରୋଗୀ ସଂଖ୍ୟା ବଢ଼ିବାକୁ ଲାଗିଛି। ଏହି ବର୍ଦ୍ଧିତ ରୋଗୀ ସଂଖ୍ୟାରେ କେବଳ ବୟସ୍କ ଲୋକ ନୁହେଁ ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ଗୋଷ୍ଠୀ ମଧ୍ୟ ରହିଛନ୍ତି। ପ୍ରାରମ୍ଭିକ ସମୟରେ ରକ୍ତ ଚାପର କମ୍ ବେଶୀ ହେବା ଭବିଷ୍ୟତରେ ହୃଦ୍ ଜନିତ ରୋଗର ସମସ୍ୟା ସୃଷ୍ଟି କରେ।

ଅଧିକ ଖବର...

ପରିସ୍ଥିତି ମୁକାବିଲା କରିବାକୁ ଆରଜିଏଚ ରେଡକ୍ରସ ରକ୍ତ ଭଣ୍ଡାର ଅସମର୍ଥ

October 28, 2016

 ଆରଜିଏଚରେ ଦୈନିକ ୪୦ରୁ ୪୫ୟୁନିଟ ରକ୍ତ ଆବଶ୍ୟକ ପଡୁଥିବା ବେଳେ ସୋମବାର ମିଳିଥିବା ତଥ୍ୟ ଅନୁଷାରେ ବିଭିନ୍ନ ବର୍ଗର ରକ୍ତ ମଧ୍ୟରୁ ଏଠି ମାତ୍ର ୧୦ୟୁନିଟ ରକ୍ତ ମହଜୁଦ ଥିବା କାନ୍ଥରେ ଲଗାଯାଇଥିôବା ସୂଚନା ଫଳକରେ ଦର୍ଶାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ପରିସ୍ଥିତିକୁ ମୁକାବିଲା କଲା ଭଳି ଆବଶ୍ୟକୀୟ ରକ୍ତ ଆରଜିଏଚ ରେଡକ୍ରସ ରକ୍ତ ଭଣ୍ଡାରରେ ନାହିଁ। ସ୍ଥିତି ସଂଗୀନ। ମୁକାବିଲା ପାଇଁ ଚେଷ୍ଟାବି ନାହିଁ। ଏହି ରକ୍ତ ଅଭାବ ଜନିତ କାରଣରୁ ବିଭିନ୍ନ ସମୟରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି। ଅଭାବ ପୂରଣ ଲାଗି ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ରୋଗୀଙ୍କ ସମ୍ପର୍କୀୟଙ୍କୁ ପରାମର୍ଶ ଦେଉଛନ୍ତି ନିଜେ ରକ୍ତ ସଂଗ୍ରହ କର। ଏଣେ ଘରୋଇ ନର୍ସିଂ ହୋମକୁ ଏ କ୍ଷେତ୍ରରେ ଅନୁକମ୍ପା ଦେଖାଯାଉଥିବା ଅଭିଯୋଗ ଶୁଣାଯାଇଛି।

ଅଧିକ ଖବର...