ଆଜି ମେଷ ୨୨ ଦିନ, ୧୪୨୪ ସାଲ ଭାଗ-୮୮ ସଂଖ୍ୟା-୧୨୧ ବୈଶାଖ ୧୫ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଦଶମୀ.

May 30, 2017, 2:49 pm

ଆଞ୍ଚଳିକ

ରାହୁଳଙ୍କୁ ଭେଟିଲେ ନିରଞ୍ଜନ-ଭକ୍ତ-ପ୍ରଦୀପ

May 5, 2017
ବଦଳିବ କଂଗ୍ରେସ ଚେହେରା
 ଭୁବନେଶ୍ୱର, ୪ା୫ (ନି.ପ୍ର): ରାଜ୍ୟ କଂଗ୍ରେସର ସଂଗଠନର ସ୍ଥିତି ନେଇ ଏଆଇସିସି ଉପାଧ୍ୟକ୍ଷ ରାହୁଳ ଗାନ୍ଧି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ତଥା ଏଆଇସିସି ସମ୍ପାଦକ ଭକ୍ତ ଚରଣ ଦାସ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସହିତ ଆଲୋଚନା କରିଛନ୍ତି  । ଗତ କିଛିଦିନ ଧରି ପିସିସି ପରିବର୍ତ୍ତନ ନେଇ ଏଆଇସିସି ଉପରେ ଦଳର ବରିଷ୍ଠ ନେତାମାନେ ଚାପ ପକାଇ ଆସୁଛନ୍ତି  । ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ସମେତ ବିରୋଧୀ ଦଳ ନେତା ରାହୁଳ ଗାନ୍ଧିଙ୍କୁ ଭେଟି ପିସିସି ସଭାପତି ପରିବର୍ତ୍ତନ ନେଇ ମତ ଦେଇଥିଲେ  ।
ପଞ୍ଚାୟତ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତିଙ୍କୁ ପରିବର୍ତ୍ତନ କରିବାକୁ ଦଳର ବିଧାୟକଙ୍କଠାରୁ ନେତା ପର୍ଯ୍ୟନ୍ତ ଖୋଲାଖୋଲି ମନ୍ତବ୍ୟ ଦେଇଥିଲେ  । ଏହାକୁ ନେଇ ଦଳଭିତରେ ବାଦ ବିବାଦ ଓ ବିବୃତି ଲାଗିରହିଛି  । ରାଜ୍ୟ କଂଗ୍ରେସକୁ ସଜାଡିବା ପାଇଁ ଶ୍ରୀ ଗାନ୍ଧି ଉଦ୍ୟମ ଆରମ୍ଭ କରିଛନ୍ତି  । ବର୍ତ୍ତମାନ ରହିଥିବା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ପରିବର୍ତ୍ତନ କରାଗଲେ ତାଙ୍କ ସ୍ଥାନରେ କାହାକୁ ନିଆଯିବ ସେ ସମ୍ପର୍କରେ ଏଆଇସିସି ନିଷ୍ପିିତ୍ତିିି ନେବାର ଏହା ପୂର୍ବାଭାଷ ବୋଲି ଦଳରେ ଆଲୋଚନା ହେଉଛି  । ଆସନ୍ତା ୬ ତାରିଖରେ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଦଳର ୧୫ ଜଣ ବିଧାୟକଙ୍କ ସହିତ ମଧ୍ୟ ଆଲୋଚନା କରିବାକୁ ଏଆଇସିସି ସମୟ ନିର୍ଦ୍ଧାରଣ କରିଛନ୍ତି  । ଏତଦ୍‌ବ୍ୟତୀତ ରାଜ୍ୟର ବରିଷ୍ଠ ନେତାଙ୍କ ସହିତ ଏହି ସପ୍ତାହରେ ଶ୍ରୀ ଗାନ୍ଧି ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାଯାଇଛି  । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଆସୁଥିବାରୁ ଦଳର ଅସନ୍ତୋଷ ବିଧାୟକମାନଙ୍କୁ ଏକାଠି ରଖିବାର ଏଆଇସିସି ପକ୍ଷରୁ ଏହା ଏକ ପ୍ରୟାସ ବୋଲି ବିବେଚନା କରାଯାଉଛି  । ରାଜ୍ୟର କଂଗ୍ରେସକୁ ଅଧିକ ସୁଦୃଢ କରିବା ପାଇଁ ସଂଗଠନକୁ ଆମୂଳଚୂଳ ପରିବର୍ତ୍ତନ କରାଯିବ ବୋଲି ଜଣାଯାଇଛି  । ସବୁଠାରୁ ବଡ କଥା ହେଉଛି ପିସିସି ପରିବର୍ତ୍ତନ ହେଲେ କାହାକୁ ଦାୟିତ୍ୱ ପ୍ରଦାନ କରାଯିବ ସେଥିପାଇଁ ଶ୍ରୀ ଗାନ୍ଧି ଏହି ତିନି ଜଣଙ୍କ ସହିତ ଆଲୋଚନା କରିଥିବାବେଳେ ଏହି ସପ୍ତାହ ମଧ୍ୟରେ ଅନ୍ୟମାନଙ୍କ ସହିତ ଆଲୋଚନାକରି ଚୂଡାନ୍ତ ନିଷ୍ପତ୍ତି ହୋଇପାରେ ବୋଲି ଆଲୋଚନା ହେଉଛି  । ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଦଳର ସଙ୍ଗଠନ ନେଇ ଆଲୋଚନା କରିଛନ୍ତି   । ବରିଷ୍ଠ ନେତା ଭକ୍ତ ଦାସ କହିଛନ୍ତି ଯେ ରାଜ୍ୟରେ ଦଳକୁ ଅଧିକ ସୁସଙ୍ଗଠିତ କରିବାକୁ ଏଆଇସିସି ଉପାଧ୍ୟକ୍ଷ ଏହି ଆଲୋଚନା କରିଛନ୍ତି  । ପିସିସି ପରିବର୍ତ୍ତନ ହେଲେ ନିରଞ୍ଜନଙ୍କୁ ଦାୟିତ୍ୱ ଦିଆଯାଉ ବୋଲି ବିଧାୟକ ଯୋଗେଶ ସିଂ କହିଛନ୍ତି  । ପ୍ରଦୀପ ମାଝୀ କହିଛନ୍ତି ଯେ ସବୁ ଦିଗରୁ ଶ୍ରୀ ଗାନ୍ଧି ଆଲୋଚନା କରିଛନ୍ତି  । ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଦଳର ସଂଗଠନକୁ ସୁଦୃଢ କରିବାକୁ ଶ୍ରୀ ଗାନ୍ଧି ଯାହା ନିଷ୍ପତ୍ତି ନେବେ ତାହା ମାନିନେବୁ  । ଦଳର ବରିଷ୍ଠ ନେତା ଶରତ ରାଉତ କହିଛନ୍ତି ଯେ ଏହି ଟିମ୍‌ ବାହାରେ ଅନେକ ନେତା ଅଛନ୍ତି ଶ୍ରୀ ଗାନ୍ଧି ପିସିସି ପରିବର୍ତ୍ତନ କରିବେ କି ନାହିଁ ତାଙ୍କ ଉପରେ ନିର୍ଭର କରେ  ।

ବଲାଙ୍ଗିର:ହାତୀ ଆକ୍ରମଣରେ ୩ ଆହତ

October 28, 2016

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଅଗଲପୁର ବ୍ଲକ ଡୁଡୁକାମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବଲାଙ୍ଗିର ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଗାଁ ଭିତରକୁ ପ୍ରାୟ ୨୦ରୁ ଅଧିକ ହାତୀ ପଶି ଆସିଥିବାରୁ ଜଙ୍ଗଲ ନିକଟରେ କାମ କରୁଥିବା ବେଳେ କିଛି ଶ୍ରମିକଙ୍କୁ ହାତୀପଲ ଆକ୍ରମଣ କରିଥିଲେ। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ କରାଯାଉଛି। 

ଅଧିକ ଖବର...

କଂଗ୍ରେସ ଦଳରେ ଯୋଗଦେଲେ ୪୬ ଯୁବନେତା

October 28, 2016

 ସଂପ୍ରତି ଯୁବକମାନେ କର୍ମ ନିଯୁକ୍ତିର ଘୋର ଅଭାବ ଯୋଗୁଁ ହତାଶା ମଧ୍ୟ ଦେଇ ଗତି କରୁଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ବର୍ଷକୁ ୨କୋଟି ନିଯୁକ୍ତି ସୃଷ୍ଟିର ପ୍ରତିଶୃତି ଦେଇଥିବା ବର୍ତ୍ତମାନର ମୋଦି ସରକାର ଲେବର ବୁ୍ୟରୋର ରିପୋଟ ଅନୁଯାୟୀ ଗତ ୨୦୧୫ରେ ମାତ୍ର ୧ଲକ୍ଷ ୩୫ ହଜାର ନିଯୁକ୍ତି ସୃଷ୍ଟି କରିବାକୁ ସମର୍ଥ ହୋଇଛନ୍ତି।

ଅଧିକ ଖବର...

ବ୍ଲାଷ୍ଟିଂ ବନ୍ଦ ପାଇଁ ଗ୍ରାମବାସୀଙ୍କ ବିରୋଧ

October 28, 2016

 ଦକ୍ଷିଣ ରାଉରକେଲା ସୋନାପର୍ବତ ନିକଟସ୍ଥ ଆଇଡିଏଲ୍ ଏକ୍ସପ୍ଲୋସିଭ କାରଖାନାରେ ଉଚ୍ଚ ଶକ୍ତି ସମ୍ପନ୍ନ ବ୍ଲାଷ୍ଟିଂକୁ ନେଇ ସ୍ଥାନୀୟ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା କାରଖାନା ଗେଟ୍ ସମ୍ମୁଖରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ କାରଖାନା ପକ୍ଷରୁ ବ୍ଲାଷ୍ଟିଂ ବନ୍ଦ କରାଯିବାଲାଗି ପ୍ରତିଶୃତି ଦିଆଯିବାରୁ ଉତ୍ତେଜନା ପ୍ରଶମିତ ହୋଇଥିଲା। ଗ୍ରାମବାସୀଙ୍କ କହିବାନୁସାରେ ଦୀର୍ଘବର୍ଷ ହେବ ଏଠାରେ ବାରୁଦ ପରୀକ୍ଷଣ କରାଯଉଥିବାବେଳେ ଆଖପାଖ ଗାଁ ସୋନାପର୍ବତ, ଟାଙ୍ଗରପାଲ୍ଲୀ, ଅସୁରଛାପଲ, ନବକୃଷ୍ଣନଗର, ଗୋପବନ୍ଧୁନଗର, ଆଦି ଅଞ୍ଚଳର ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷଣ ସମୟରେ ଏତେ ଶକ୍ତିଶାଳୀ ଶବ୍ଦ ହେଉଛି ଯେ ଲୋକେ ଭୟଭୀତ ହୋଇପଡୁଛନ୍ତି।

ଅଧିକ ଖବର...

ଦିନରେ ଗୋଟିଏ ସେଓ ରଖିବ ଆପଣଙ୍କ ହୃଦୟକୁ ସୁସ୍ଥ

October 28, 2016

 ବର୍ତ୍ତମାନ ସମୟରେ କହିହେବ ନାହିଁ କେବଳ ବୃଦ୍ଧାବସ୍ଥାରେ ହିଁ ଜଣେ ରୋଗର ଶିକାର ହେବ। ବର୍ତ୍ତମାନର ଜୀବନଶୈଳୀରେ ଏତେ ମାତ୍ରାରେ ପରିବର୍ତ୍ତନ ଆସିଛି ଯେ, ଦୁର୍ବଳ ହୃଦୟ ବା ହୃଦ ରୋଗୀ ସଂଖ୍ୟା ବଢ଼ିବାକୁ ଲାଗିଛି। ଏହି ବର୍ଦ୍ଧିତ ରୋଗୀ ସଂଖ୍ୟାରେ କେବଳ ବୟସ୍କ ଲୋକ ନୁହେଁ ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ଗୋଷ୍ଠୀ ମଧ୍ୟ ରହିଛନ୍ତି। ପ୍ରାରମ୍ଭିକ ସମୟରେ ରକ୍ତ ଚାପର କମ୍ ବେଶୀ ହେବା ଭବିଷ୍ୟତରେ ହୃଦ୍ ଜନିତ ରୋଗର ସମସ୍ୟା ସୃଷ୍ଟି କରେ।

ଅଧିକ ଖବର...

ପରିସ୍ଥିତି ମୁକାବିଲା କରିବାକୁ ଆରଜିଏଚ ରେଡକ୍ରସ ରକ୍ତ ଭଣ୍ଡାର ଅସମର୍ଥ

October 28, 2016

 ଆରଜିଏଚରେ ଦୈନିକ ୪୦ରୁ ୪୫ୟୁନିଟ ରକ୍ତ ଆବଶ୍ୟକ ପଡୁଥିବା ବେଳେ ସୋମବାର ମିଳିଥିବା ତଥ୍ୟ ଅନୁଷାରେ ବିଭିନ୍ନ ବର୍ଗର ରକ୍ତ ମଧ୍ୟରୁ ଏଠି ମାତ୍ର ୧୦ୟୁନିଟ ରକ୍ତ ମହଜୁଦ ଥିବା କାନ୍ଥରେ ଲଗାଯାଇଥିôବା ସୂଚନା ଫଳକରେ ଦର୍ଶାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ପରିସ୍ଥିତିକୁ ମୁକାବିଲା କଲା ଭଳି ଆବଶ୍ୟକୀୟ ରକ୍ତ ଆରଜିଏଚ ରେଡକ୍ରସ ରକ୍ତ ଭଣ୍ଡାରରେ ନାହିଁ। ସ୍ଥିତି ସଂଗୀନ। ମୁକାବିଲା ପାଇଁ ଚେଷ୍ଟାବି ନାହିଁ। ଏହି ରକ୍ତ ଅଭାବ ଜନିତ କାରଣରୁ ବିଭିନ୍ନ ସମୟରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି। ଅଭାବ ପୂରଣ ଲାଗି ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ରୋଗୀଙ୍କ ସମ୍ପର୍କୀୟଙ୍କୁ ପରାମର୍ଶ ଦେଉଛନ୍ତି ନିଜେ ରକ୍ତ ସଂଗ୍ରହ କର। ଏଣେ ଘରୋଇ ନର୍ସିଂ ହୋମକୁ ଏ କ୍ଷେତ୍ରରେ ଅନୁକମ୍ପା ଦେଖାଯାଉଥିବା ଅଭିଯୋଗ ଶୁଣାଯାଇଛି।

ଅଧିକ ଖବର...