ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

September 21, 2017, 12:22 pm

ଆଞ୍ଚଳିକ

୪୪ ଡିଗ୍ରୀରେ ଫୁଟୁଛି ଟିଟିଲାଗଡ଼

May 5, 2017
୧୨ ବର୍ଷରେ ଅଂଶୁଘାତ ମୃତୁ୍ୟ ୩୮୬
 ଭୁବନେଶ୍ୱର, ୪ା୫ (ନି.ପ୍ର): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ଗରମ ଓ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଥିବାବେଳେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶା ମଧ୍ୟ ବାଦ୍‌ ପଡି ନାହିଁ । କାଳବୈଶାଖୀ ବର୍ଷା ଫଳରେ ଗତ ଦୁଇ ଦିନ ଧରି ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିବାବେଳେ ଗୁରୁବାର ପୁଣି ତାପମାତ୍ରାରେ ଦ୍ରୁତ ବୃଦ୍ଧି ଘଟିଛି । ଆଜି ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହିଛି । ତତଲାଗଡ଼ ଭାବେ ପରିଚିତ ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଜିଲାର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୪.୦ ଡିଗ୍ରୀ ସେଲ୍‌ସିୟସ୍‌ ଥିବା ରେକର୍ଡ଼ କରାଯାଇଛି । ତା’ ପଛକୁ ବଲାଙ୍ଗିରର ତାପମାତ୍ରା ୪୩.୭ ଡିଗ୍ରୀ ସେଲ୍‌ସିୟସ ଥିବାବେଳେ ଅନୁଗୋଳ ୪୩.୧, ଝାରସୁଗୁଡ଼ା ୪୨.୬, ସମ୍ବଲପୁର ୪୨.୨ ଏବଂ ହୀରାକୁଦ ସହରର ତାପମାତ୍ରା ୪୨ ଡିଗ୍ରୀ ଥିବା ରେକର୍ଡ଼ କରାଯାଇଛି । ଏହା ପଛକୁ ସୋନପୁର, ମାଲକାନଗିରି, ଫୁଲବାଣୀ, ଭବାନୀପାଟଣା, ତାଳଚେର, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଚାନ୍ଦବାଲିରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି ।
ଏପ୍ରିଲ ମାସରୁ ଏଥର ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ରାଜ୍ୟରେ ଅଂଶୁଘାତ ଜନିତ ମୃତୁ୍ୟ ସଂଖ୍ୟା ୩ରେ ପହଞ୍ଚିଛି । ପ୍ରାୟ ୨୭ଟି ଅଂଶୁଘାତଜନିତ ମୃତୁ୍ୟ ଅଭିଯୋଗ ନେଇ ତଦନ୍ତ କରାଯାଉଛି । ତେବେ ୨୦୦୫ରୁ ୨୦୧୬ ମଧ୍ୟରେ ରାଜ୍ୟରେ ୮୩୬ଜଣଙ୍କର ଅଂଶୁଘାତ ଯୋଗୁଁ ମୃତୁ୍ୟ ଘଟିଛି । ୨୦୦୫ରେ ରାଜ୍ୟରେ ୨୩୬ ଜଣଙ୍କର ଅଂଶୁଘାତରେ ମୃତୁ୍ୟ ଘଟିଥିଲା । ଅନ୍ୟପକ୍ଷରେ ଗତବର୍ଷ ରାଜ୍ୟରେ ୪୭ ଜଣଙ୍କର ଅଂଶୁଘାତ ମୃତୁ୍ୟ ହୋଇଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
 ଚଳିତ ବର୍ଷ ରାଜ୍ୟର ଅନେକ ଭାଗରେ ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ ଠାରୁ ନିମ୍ନରେ ରହିଛି । ଏପ୍ରିଲ୍‌ ୨୫ ତାରିଖରେ ଟିଟିଲାଗଡ଼ର ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୫ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିଲା । ସେହିପରି ମେ’ ୨ ତାରିଖରେ ଅନୁଗୋଳର ସର୍ବାଧିକ ତାପମାତ୍ରା ୪୪.୭, ଝାରସୁଗୁଡ଼ାରେ ୪୨, ସୁନ୍ଦରଗଡ଼ରେ ୪୪.୬, ହୀରାକୁଦରେ ୪୩, ତାଳଚେରରେ ୪୪.୪, ଭବାନୀପାଟଣା ଓ ବଲାଙ୍ଗିରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୮ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିଲା । ଗତ ୩ ତାରିଖରେ ରାଜ୍ୟର ତାପମାତ୍ରା ସ୍ୱାଭାବିକ ହ୍ରାସ ପାଇଥିବା ବେଳେ ୪ ତାରିଖରୁ ତାପମାତ୍ରା ପୁଣି ବୃଦ୍ଧି ପାଇବାରେ ଲାଗିଛି ।
୧୯୯୮ରେ ରାଜ୍ୟରେ ପ୍ରଥମେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ସଚେତନତା ଅଭାବରୁ ଅଂଶୁଘାତ ଏବଂ ଅନ୍ୟାନ୍ୟ କାରଣରୁ ସେହିବର୍ଷ ୨୦୪୨ଜଣଙ୍କର ମୃତୁ୍ୟ ଘଟିଥିଲା । ଏହାପରେ ୨୦୦୫ରେ ରାଜ୍ୟରେ ୨୩୬ ଜଣଙ୍କର ଅଂଶୁଘାତରେ ମୃତୁ୍ୟ ଘଟିଥିଲା । ରାଜ୍ୟ ସରକାର ୧୯୯୯ରୁ ଗ୍ରୀଷ୍ମପ୍ରବାହ ଆକ୍ସନ ପ୍ଲାନ୍‌ କାର୍ଯ୍ୟକାରୀ କରୁଛନ୍ତି । ତଥାପି ୨୦୦୫ରେ ରାଜ୍ୟରେ ଅଂଶୁଘାତ ଯୋଗୁଁ ୨୩୬ ଜଣଙ୍କର ମୃତୁ୍ୟ ଘଟିଥିଲା । ୨୦୦୫ ମସିହା ପରଠାରୁ ରାଜ୍ୟରେ କ୍ରମାଗତ ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତ ଜନିତ ମୃତୁ୍ୟ ଜାରି ରହିଛି । 
ରାଜ୍ୟରେ ମେ ମାସରେ ସର୍ବାଧିକ ତାପମାତ୍ରାକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ୧୯୯୮ ମେ ୨୭ ତାରିଖରେ ଟିଟିଲାଗଡ଼ରେ ୪୯.୮ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିଲା, ଯାହାକି ସର୍ବକାଳୀନ ସର୍ବାଧିକ ତାପମାତ୍ରାର ରେକର୍ଡ । ଅନ୍ୟପକ୍ଷରେ ୧୯୯୮ ମେ ୨୮ ତାରିଖରେ ଝାରସୁଗୁଡ଼ାର ତାପମାତ୍ରା ୪୮ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିଲା । ସେହିପରି ୧୯୭୩ ମେ ୮ ତାରିଖରେ ସମ୍ବଲପୁରରେ ୪୭.୭, ୧୯୮୦ ମେ ୧୧ ତାରିଖରେ କେନ୍ଦୁଝରଗଡ଼ରେ ୪୭.୪, ୧୯୨୧ ମେ ୨୪ ତାରିଖରେ ଅନୁଗୋଳରେ ୪୭.୨ ଡିଗ୍ରୀ ସେଲ୍‌ସିୟସ୍‌ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା ।

ବଲାଙ୍ଗିର:ହାତୀ ଆକ୍ରମଣରେ ୩ ଆହତ

October 28, 2016

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଅଗଲପୁର ବ୍ଲକ ଡୁଡୁକାମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବଲାଙ୍ଗିର ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଗାଁ ଭିତରକୁ ପ୍ରାୟ ୨୦ରୁ ଅଧିକ ହାତୀ ପଶି ଆସିଥିବାରୁ ଜଙ୍ଗଲ ନିକଟରେ କାମ କରୁଥିବା ବେଳେ କିଛି ଶ୍ରମିକଙ୍କୁ ହାତୀପଲ ଆକ୍ରମଣ କରିଥିଲେ। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ କରାଯାଉଛି। 

ଅଧିକ ଖବର...

କଂଗ୍ରେସ ଦଳରେ ଯୋଗଦେଲେ ୪୬ ଯୁବନେତା

October 28, 2016

 ସଂପ୍ରତି ଯୁବକମାନେ କର୍ମ ନିଯୁକ୍ତିର ଘୋର ଅଭାବ ଯୋଗୁଁ ହତାଶା ମଧ୍ୟ ଦେଇ ଗତି କରୁଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ବର୍ଷକୁ ୨କୋଟି ନିଯୁକ୍ତି ସୃଷ୍ଟିର ପ୍ରତିଶୃତି ଦେଇଥିବା ବର୍ତ୍ତମାନର ମୋଦି ସରକାର ଲେବର ବୁ୍ୟରୋର ରିପୋଟ ଅନୁଯାୟୀ ଗତ ୨୦୧୫ରେ ମାତ୍ର ୧ଲକ୍ଷ ୩୫ ହଜାର ନିଯୁକ୍ତି ସୃଷ୍ଟି କରିବାକୁ ସମର୍ଥ ହୋଇଛନ୍ତି।

ଅଧିକ ଖବର...

ବ୍ଲାଷ୍ଟିଂ ବନ୍ଦ ପାଇଁ ଗ୍ରାମବାସୀଙ୍କ ବିରୋଧ

October 28, 2016

 ଦକ୍ଷିଣ ରାଉରକେଲା ସୋନାପର୍ବତ ନିକଟସ୍ଥ ଆଇଡିଏଲ୍ ଏକ୍ସପ୍ଲୋସିଭ କାରଖାନାରେ ଉଚ୍ଚ ଶକ୍ତି ସମ୍ପନ୍ନ ବ୍ଲାଷ୍ଟିଂକୁ ନେଇ ସ୍ଥାନୀୟ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା କାରଖାନା ଗେଟ୍ ସମ୍ମୁଖରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ କାରଖାନା ପକ୍ଷରୁ ବ୍ଲାଷ୍ଟିଂ ବନ୍ଦ କରାଯିବାଲାଗି ପ୍ରତିଶୃତି ଦିଆଯିବାରୁ ଉତ୍ତେଜନା ପ୍ରଶମିତ ହୋଇଥିଲା। ଗ୍ରାମବାସୀଙ୍କ କହିବାନୁସାରେ ଦୀର୍ଘବର୍ଷ ହେବ ଏଠାରେ ବାରୁଦ ପରୀକ୍ଷଣ କରାଯଉଥିବାବେଳେ ଆଖପାଖ ଗାଁ ସୋନାପର୍ବତ, ଟାଙ୍ଗରପାଲ୍ଲୀ, ଅସୁରଛାପଲ, ନବକୃଷ୍ଣନଗର, ଗୋପବନ୍ଧୁନଗର, ଆଦି ଅଞ୍ଚଳର ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷଣ ସମୟରେ ଏତେ ଶକ୍ତିଶାଳୀ ଶବ୍ଦ ହେଉଛି ଯେ ଲୋକେ ଭୟଭୀତ ହୋଇପଡୁଛନ୍ତି।

ଅଧିକ ଖବର...

ଦିନରେ ଗୋଟିଏ ସେଓ ରଖିବ ଆପଣଙ୍କ ହୃଦୟକୁ ସୁସ୍ଥ

October 28, 2016

 ବର୍ତ୍ତମାନ ସମୟରେ କହିହେବ ନାହିଁ କେବଳ ବୃଦ୍ଧାବସ୍ଥାରେ ହିଁ ଜଣେ ରୋଗର ଶିକାର ହେବ। ବର୍ତ୍ତମାନର ଜୀବନଶୈଳୀରେ ଏତେ ମାତ୍ରାରେ ପରିବର୍ତ୍ତନ ଆସିଛି ଯେ, ଦୁର୍ବଳ ହୃଦୟ ବା ହୃଦ ରୋଗୀ ସଂଖ୍ୟା ବଢ଼ିବାକୁ ଲାଗିଛି। ଏହି ବର୍ଦ୍ଧିତ ରୋଗୀ ସଂଖ୍ୟାରେ କେବଳ ବୟସ୍କ ଲୋକ ନୁହେଁ ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ଗୋଷ୍ଠୀ ମଧ୍ୟ ରହିଛନ୍ତି। ପ୍ରାରମ୍ଭିକ ସମୟରେ ରକ୍ତ ଚାପର କମ୍ ବେଶୀ ହେବା ଭବିଷ୍ୟତରେ ହୃଦ୍ ଜନିତ ରୋଗର ସମସ୍ୟା ସୃଷ୍ଟି କରେ।

ଅଧିକ ଖବର...

ପରିସ୍ଥିତି ମୁକାବିଲା କରିବାକୁ ଆରଜିଏଚ ରେଡକ୍ରସ ରକ୍ତ ଭଣ୍ଡାର ଅସମର୍ଥ

October 28, 2016

 ଆରଜିଏଚରେ ଦୈନିକ ୪୦ରୁ ୪୫ୟୁନିଟ ରକ୍ତ ଆବଶ୍ୟକ ପଡୁଥିବା ବେଳେ ସୋମବାର ମିଳିଥିବା ତଥ୍ୟ ଅନୁଷାରେ ବିଭିନ୍ନ ବର୍ଗର ରକ୍ତ ମଧ୍ୟରୁ ଏଠି ମାତ୍ର ୧୦ୟୁନିଟ ରକ୍ତ ମହଜୁଦ ଥିବା କାନ୍ଥରେ ଲଗାଯାଇଥିôବା ସୂଚନା ଫଳକରେ ଦର୍ଶାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ପରିସ୍ଥିତିକୁ ମୁକାବିଲା କଲା ଭଳି ଆବଶ୍ୟକୀୟ ରକ୍ତ ଆରଜିଏଚ ରେଡକ୍ରସ ରକ୍ତ ଭଣ୍ଡାରରେ ନାହିଁ। ସ୍ଥିତି ସଂଗୀନ। ମୁକାବିଲା ପାଇଁ ଚେଷ୍ଟାବି ନାହିଁ। ଏହି ରକ୍ତ ଅଭାବ ଜନିତ କାରଣରୁ ବିଭିନ୍ନ ସମୟରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି। ଅଭାବ ପୂରଣ ଲାଗି ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ରୋଗୀଙ୍କ ସମ୍ପର୍କୀୟଙ୍କୁ ପରାମର୍ଶ ଦେଉଛନ୍ତି ନିଜେ ରକ୍ତ ସଂଗ୍ରହ କର। ଏଣେ ଘରୋଇ ନର୍ସିଂ ହୋମକୁ ଏ କ୍ଷେତ୍ରରେ ଅନୁକମ୍ପା ଦେଖାଯାଉଥିବା ଅଭିଯୋଗ ଶୁଣାଯାଇଛି।

ଅଧିକ ଖବର...