ଆଜି ମେଷ ୨୨ ଦିନ, ୧୪୨୪ ସାଲ ଭାଗ-୮୮ ସଂଖ୍ୟା-୧୨୧ ବୈଶାଖ ୧୫ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଦଶମୀ.

May 30, 2017, 2:51 pm

ଆଞ୍ଚଳିକ

୨୫ରେ ରାଜ୍ୟସଭା ଉପନିର୍ବାଚନ

May 5, 2017
ଇସାରାରୁ ଅଙ୍କକଷା
ଭୁବନେଶ୍ୱର, ୪ ।୫ (ନି.ପ୍ର): ଚଳିତ ମାସ ଶେଷ ସପ୍ତାହରେ ରାଜ୍ୟସଭା ଉପ ନିର୍ବାଚନ ଉପରେ ଏବେ ସମସ୍ତଙ୍କ ଆଖି  । ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ଆପାତତଃ ଚୂଡ଼ାନ୍ତ ହେବା ପରେ ରାଜ୍ୟସଭା ଲାଗି କାହାକୁ ପ୍ରାର୍ଥୀ କରାଯିବ ଏବଂ କେଉଁ ବିଶିଷ୍ଟ ବ୍ୟକ୍ତିଙ୍କ ଲାଗି ବା ବିଶେଷ କାରଣରୁ ବିଷ୍ଣୁ ଦାସଙ୍କ ପରି ବରିଷ୍ଠ ନେତାଙ୍କୁ ମାତ୍ର ୮ ମାସ ପରେ ବାଟ ଛାଡ଼ିବାକୁ ପଡ଼ିଲା ତାହାକୁ ନେଇ କେହି କୂଳକିନାରା ପାଉ ନାହାନ୍ତି  । ରାଜନୈତିକ ସମୀକ୍ଷକ ତ ଦୂରର କଥା, ବିଜେଡ଼ିର ବହୁ ତୁଙ୍ଗ ନେତା, ମୁଖ୍ୟମନ୍ତ୍ରୀଙ୍କ ନିକଟତମ କୁହାଯାଉଥିବା ଓ କ୍ଷମତା ଅଳିନ୍ଦରେ ଆତଯାତ ହେଉଥିବା ଯୁବ ନେତାଗଣ ବି କିଛି କହିବାକୁ ଅକ୍ଷମ  ।
ଏହି ସ୍ଥିତିରେ ‘କେସ୍‌ ଟୁ କେସ୍‌’ ବିଚାର କରାଯାଇ କିଛି ପୁରୁଖା ନେତାଙ୍କୁ ଦଳକୁ ଫେରାଇ ଅଣାଯାଇ ପାରେ ବୋଲି ନବୀନଙ୍କ ସୂଚନା ଅନେକଙ୍କ ପାଇଁ ଅବୋଧ୍ୟ ହୋଇଛି  । ଗଣମାଧ୍ୟମଠାରୁ ଆରମ୍ଭ କରି ଦଳୀୟ ନେତାଙ୍କ ପର୍ଯ୍ୟନ୍ତ ସବୁଠି ଏବେ ଚାଲିଛି ଅଙ୍କକଷା  । ପୂର୍ବତନ ମନ୍ତ୍ରୀ ତଥା ଦଳର ମୁଖପାତ୍ର ପ୍ରତାପ ଦେବଙ୍କ ନାଁ ଏକ୍ଷେତ୍ରରେ ସବୁଠୁ ଆଗରେ ଥିବା କୁହାଯାଉଛି  । ପ୍ରତାପ ରାଜ୍ୟସଭା ସଦସ୍ୟ ଭାବରେ କେବଳ କାର୍ଯ୍ୟ କରିବେ ନାହିଁ, ଦଳ ଓ ସରକାର ମଧ୍ୟରେ ସମନ୍ୱୟ ରଖିବା ପାଇଁ ନବୀନ ନିବାସରେ ଅବସ୍ଥାପିତ ହେବେ  । ଦଳୀୟ କାର୍ଯ୍ୟକ୍ରମ ଓ ଦୈନନ୍ଦିନ ଘଟଣାକ୍ରମ ସମ୍ପର୍କରେ ସେ ଦଳର ସଭାପତି ଏବଂ ଦଳର ନେତାଙ୍କ ମଧ୍ୟରେ ଯୋଗସୂତ୍ର ଭାବରେ କାର୍ଯ୍ୟ କରିବେ ବୋଲି କୁହାଯାଉଛି  । ପ୍ରତାପଙ୍କ ବ୍ୟତୀତ ରାଜ୍ୟସଭା ଲାଗି ଆହୁରି ଅନେକ ନେତା ଆଶାୟୀ ଅଛନ୍ତି  । ଭୂପିନ୍ଦର ସିଂହ, ବିମ୍ବାଧର କୁଅଁର, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ନାମ ଚର୍ଚ୍ଚାରେ ଥିଲେ ବି ଗ୍ରହଣୀୟ ହୋଇପାରି ନାହିଁ  ।
ଅପରପକ୍ଷରେ ଦଳରୁ ବିତାଡ଼ିତ ବା ନିଲମ୍ବିତ କିଛି ନେତାଙ୍କୁ ଫେରାଇ ଆଣି ରାଜ୍ୟସଭା ପଠାଇବା ନେଇ ଯୁକ୍ତିକୁ ଯଥାର୍ଥ ବୋଲି କୁହାଯାଇ ପାରୁନାହିଁ  । ବିଜେପିର ଅସନ୍ତୁଷ୍ଟ ନେତା ବିଜୟ ମହାପାତ୍ର ଓ ଦିଲୀପ ରାୟଙ୍କ ନାମ ଏହି ପ୍ରସଙ୍ଗରେ ଚର୍ଚ୍ଚାରେ ଥିଲେ ବି ଉଭୟ ଏହାକୁ ଗଣମାଧ୍ୟମର କଳ୍ପନା ବୋଲି କହିଛନ୍ତି  । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଶ୍ୟାମ ପିଟ୍ରୋଡ଼ା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅବସର ନେଇଥିବା ଜଣେ ଓଡ଼ିଆ ଅଧିକାରୀଙ୍କ ନାମ ଚର୍ଚ୍ଚାର ପରିଧିରେ ରହିଛି  । ମାତ୍ର ବିଷ୍ଣୁଙ୍କୁ ଅବ୍ୟାହତି ଦିଆଯାଇ ଏମାନଙ୍କୁ ପଠାଯିବାର ଯଥାର୍ଥ ଯୁକ୍ତି ଦର୍ଶାଇବାକୁ ସମସ୍ତେ ଅକ୍ଷମ  ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ଗୀତା ମେହେଟ୍ଟା ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି  । ଗୀତା ରାଜ୍ୟସଭାକୁ ଯିବା ନେଇ ଗଣମାଧ୍ୟମ କଳ୍ପନାଜଳ୍ପନାରେ ସତ୍ୟତା ନାହିଁ ଓ ସେ ଏଥିପାଇଁ ଆଗ୍ରହୀ ନ ଥିବା ସ୍ପଷ୍ଟ କରିଛନ୍ତି  । ତାଙ୍କର ପୁତୁରା ଅରୁଣ ପଟ୍ଟନାୟକଙ୍କ ସମ୍ପର୍କରେ ହେଉଥିବା ଚର୍ଚ୍ଚା ମଧ୍ୟ ନିରାଧାର ବୋଲି କୁହାଯାଉଛି  । ତାଙ୍କ ପରିବାରରୁ କେହି ରାଜନୀତିକୁ ଆସିବା ଲାଗି ଆଗ୍ରହୀ ନୁହନ୍ତି ବୋଲି ସେ ପରୋକ୍ଷରେ ସୂଚାଇ ଦେଇଛନ୍ତି  । ଏହି ସ୍ଥିତିରେ କେଉଁ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯିବ ତାହା ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି  । ନବୀନଙ୍କ ଘନିଷ୍ଠ ସମ୍ପର୍କରେ ଥିବା ଅନେକ ଉଚ୍ଚ ଅଧିକାରୀ ମଧ୍ୟ ଏ ସମ୍ପର୍କରେ ସୁରାକ ପାଇ ନାହାନ୍ତି  ।
ଦଳୀୟ କାର୍ଯ୍ୟକ୍ରମ ଓ ରଣନୀତି ସମ୍ପର୍କରେ ନବୀନ ନିବାସ ସବୁବେଳେ ନିରବ ରହି ଆସିଛି  । ଦଳୀୟ କାର୍ଯ୍ୟାଳୟରୁ ଗଣମାଧ୍ୟମକୁ ଏ ସମ୍ପର୍କରେ କିଛି ବିଶେଷ ସୂଚନା ମିଳେନାହିଁ  । ତେଣୁ ଦଳର ସଭାପତି ଭାବରେ କେବଳ ନୁହେଁ, ଦଳର ନିୟନ୍ତ୍ରକ ଓ ରଣନୀତିକାର ନବୀନଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିବାରୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ସଂଶୟ ଲାଗି ରହିବା ସ୍ୱାଭାବିକ  ।

ବଲାଙ୍ଗିର:ହାତୀ ଆକ୍ରମଣରେ ୩ ଆହତ

October 28, 2016

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଅଗଲପୁର ବ୍ଲକ ଡୁଡୁକାମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବଲାଙ୍ଗିର ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଗାଁ ଭିତରକୁ ପ୍ରାୟ ୨୦ରୁ ଅଧିକ ହାତୀ ପଶି ଆସିଥିବାରୁ ଜଙ୍ଗଲ ନିକଟରେ କାମ କରୁଥିବା ବେଳେ କିଛି ଶ୍ରମିକଙ୍କୁ ହାତୀପଲ ଆକ୍ରମଣ କରିଥିଲେ। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ କରାଯାଉଛି। 

ଅଧିକ ଖବର...

କଂଗ୍ରେସ ଦଳରେ ଯୋଗଦେଲେ ୪୬ ଯୁବନେତା

October 28, 2016

 ସଂପ୍ରତି ଯୁବକମାନେ କର୍ମ ନିଯୁକ୍ତିର ଘୋର ଅଭାବ ଯୋଗୁଁ ହତାଶା ମଧ୍ୟ ଦେଇ ଗତି କରୁଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ବର୍ଷକୁ ୨କୋଟି ନିଯୁକ୍ତି ସୃଷ୍ଟିର ପ୍ରତିଶୃତି ଦେଇଥିବା ବର୍ତ୍ତମାନର ମୋଦି ସରକାର ଲେବର ବୁ୍ୟରୋର ରିପୋଟ ଅନୁଯାୟୀ ଗତ ୨୦୧୫ରେ ମାତ୍ର ୧ଲକ୍ଷ ୩୫ ହଜାର ନିଯୁକ୍ତି ସୃଷ୍ଟି କରିବାକୁ ସମର୍ଥ ହୋଇଛନ୍ତି।

ଅଧିକ ଖବର...

ବ୍ଲାଷ୍ଟିଂ ବନ୍ଦ ପାଇଁ ଗ୍ରାମବାସୀଙ୍କ ବିରୋଧ

October 28, 2016

 ଦକ୍ଷିଣ ରାଉରକେଲା ସୋନାପର୍ବତ ନିକଟସ୍ଥ ଆଇଡିଏଲ୍ ଏକ୍ସପ୍ଲୋସିଭ କାରଖାନାରେ ଉଚ୍ଚ ଶକ୍ତି ସମ୍ପନ୍ନ ବ୍ଲାଷ୍ଟିଂକୁ ନେଇ ସ୍ଥାନୀୟ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା କାରଖାନା ଗେଟ୍ ସମ୍ମୁଖରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ କାରଖାନା ପକ୍ଷରୁ ବ୍ଲାଷ୍ଟିଂ ବନ୍ଦ କରାଯିବାଲାଗି ପ୍ରତିଶୃତି ଦିଆଯିବାରୁ ଉତ୍ତେଜନା ପ୍ରଶମିତ ହୋଇଥିଲା। ଗ୍ରାମବାସୀଙ୍କ କହିବାନୁସାରେ ଦୀର୍ଘବର୍ଷ ହେବ ଏଠାରେ ବାରୁଦ ପରୀକ୍ଷଣ କରାଯଉଥିବାବେଳେ ଆଖପାଖ ଗାଁ ସୋନାପର୍ବତ, ଟାଙ୍ଗରପାଲ୍ଲୀ, ଅସୁରଛାପଲ, ନବକୃଷ୍ଣନଗର, ଗୋପବନ୍ଧୁନଗର, ଆଦି ଅଞ୍ଚଳର ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷଣ ସମୟରେ ଏତେ ଶକ୍ତିଶାଳୀ ଶବ୍ଦ ହେଉଛି ଯେ ଲୋକେ ଭୟଭୀତ ହୋଇପଡୁଛନ୍ତି।

ଅଧିକ ଖବର...

ଦିନରେ ଗୋଟିଏ ସେଓ ରଖିବ ଆପଣଙ୍କ ହୃଦୟକୁ ସୁସ୍ଥ

October 28, 2016

 ବର୍ତ୍ତମାନ ସମୟରେ କହିହେବ ନାହିଁ କେବଳ ବୃଦ୍ଧାବସ୍ଥାରେ ହିଁ ଜଣେ ରୋଗର ଶିକାର ହେବ। ବର୍ତ୍ତମାନର ଜୀବନଶୈଳୀରେ ଏତେ ମାତ୍ରାରେ ପରିବର୍ତ୍ତନ ଆସିଛି ଯେ, ଦୁର୍ବଳ ହୃଦୟ ବା ହୃଦ ରୋଗୀ ସଂଖ୍ୟା ବଢ଼ିବାକୁ ଲାଗିଛି। ଏହି ବର୍ଦ୍ଧିତ ରୋଗୀ ସଂଖ୍ୟାରେ କେବଳ ବୟସ୍କ ଲୋକ ନୁହେଁ ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ଗୋଷ୍ଠୀ ମଧ୍ୟ ରହିଛନ୍ତି। ପ୍ରାରମ୍ଭିକ ସମୟରେ ରକ୍ତ ଚାପର କମ୍ ବେଶୀ ହେବା ଭବିଷ୍ୟତରେ ହୃଦ୍ ଜନିତ ରୋଗର ସମସ୍ୟା ସୃଷ୍ଟି କରେ।

ଅଧିକ ଖବର...

ପରିସ୍ଥିତି ମୁକାବିଲା କରିବାକୁ ଆରଜିଏଚ ରେଡକ୍ରସ ରକ୍ତ ଭଣ୍ଡାର ଅସମର୍ଥ

October 28, 2016

 ଆରଜିଏଚରେ ଦୈନିକ ୪୦ରୁ ୪୫ୟୁନିଟ ରକ୍ତ ଆବଶ୍ୟକ ପଡୁଥିବା ବେଳେ ସୋମବାର ମିଳିଥିବା ତଥ୍ୟ ଅନୁଷାରେ ବିଭିନ୍ନ ବର୍ଗର ରକ୍ତ ମଧ୍ୟରୁ ଏଠି ମାତ୍ର ୧୦ୟୁନିଟ ରକ୍ତ ମହଜୁଦ ଥିବା କାନ୍ଥରେ ଲଗାଯାଇଥିôବା ସୂଚନା ଫଳକରେ ଦର୍ଶାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ପରିସ୍ଥିତିକୁ ମୁକାବିଲା କଲା ଭଳି ଆବଶ୍ୟକୀୟ ରକ୍ତ ଆରଜିଏଚ ରେଡକ୍ରସ ରକ୍ତ ଭଣ୍ଡାରରେ ନାହିଁ। ସ୍ଥିତି ସଂଗୀନ। ମୁକାବିଲା ପାଇଁ ଚେଷ୍ଟାବି ନାହିଁ। ଏହି ରକ୍ତ ଅଭାବ ଜନିତ କାରଣରୁ ବିଭିନ୍ନ ସମୟରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି। ଅଭାବ ପୂରଣ ଲାଗି ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ରୋଗୀଙ୍କ ସମ୍ପର୍କୀୟଙ୍କୁ ପରାମର୍ଶ ଦେଉଛନ୍ତି ନିଜେ ରକ୍ତ ସଂଗ୍ରହ କର। ଏଣେ ଘରୋଇ ନର୍ସିଂ ହୋମକୁ ଏ କ୍ଷେତ୍ରରେ ଅନୁକମ୍ପା ଦେଖାଯାଉଥିବା ଅଭିଯୋଗ ଶୁଣାଯାଇଛି।

ଅଧିକ ଖବର...