ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

September 21, 2017, 12:32 pm

ମୁଖ୍ୟ ଖବର

ପ୍ରକ୍ରିୟା ଚୂଡ଼ାନ୍ତ; ବଦଳିବ ମନ୍ତ୍ରିମଣ୍ଡଳ

May 5, 2017
ଭୁବନେଶ୍ୱର, ୪ା୫ (ନି.ପ୍ର): ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ପାଇଁ  ସ୍ପଷ୍ଟ ସଙ୍କେତ ଦେଇଛନ୍ତି ନବୀନ । ନିଜର ସ୍ୱଭାବସୁଲଭ ଶୈଳୀରେ ମାସାଧିକ କାଳ ଧରି ଏହି ପ୍ରସଙ୍ଗକୁ ‘ଦେଖିବା’, ‘ବିଚାର କରାଯିବ’ ଆଦି ସଂକ୍ଷିପ୍ତ ଶବ୍ଦରେ ଝୁଲାଇ ରଖିଥିବା ନବୀନ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରସଙ୍ଗକୁ ଖଣ୍ଡନ କରୁ ନାହାନ୍ତି ବୋଲି କହିବା ପରେ ରାଜ୍ୟର ରାଜନୀତି ମହଲରେ ଉଷ୍ଣତା ସୃଷ୍ଟି କରିଛି ।  ଏପରିକି ଆଗାମୀ ୩ରୁ ୪ ଦିନ ମଧ୍ୟରେ ଏହି ପରିବର୍ତ୍ତନର ରୂପରେଖ ସ୍ପଷ୍ଟ ହୋଇପାରେ ବୋଲି ମନେ କରାଯାଉଛି ।
ନବୀନଙ୍କ ଏହି ମନ୍ତବ୍ୟ ପରେ ବାଦ ପଡ଼ିବା ଓ ନୂଆ ସାମିଲ ହେବା ନେଇ ଦଳରେ ସୃଷ୍ଟି ହୋଇଛି ଉତ୍ସୁକତା । ମନ୍ତ୍ରୀ ଆଶାୟୀ ବିଧାୟକ ଓ ବିଦାୟ ସମ୍ଭାବନା ଥିବା ମନ୍ତ୍ରୀଙ୍କୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ବଜେଟ୍‌ ଅଧିବେଶନ ପୂର୍ବରୁ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନରେ ବିଫଳତା ନେଇ ନିରାଶ ନ ହେବାକୁ ଆଶ୍ୱାସନା ଦେଇଥିବା ସତ୍ତ୍ୱେ  ଫଳାଫଳର ତର୍ଜମା କରାଯିବା ସମ୍ପର୍କରେ ଉଲ୍ଲେଖ କରି ପରିବର୍ତ୍ତନର ଆଭାସ ଦେଇଥିଲେ । ବିଧାୟକ ଦଳ ବୈଠକରେ ନବୀନ ମୁଖ୍ୟତଃ ଲୋକଙ୍କ ସହ ଯୋଡ଼ି ହୋଇ ରହିବା, ସାଙ୍ଗଠନିକ ଓ ଦଳୀୟ ନିଷ୍ଠା, ସର୍ବୋପରି ବିଧାୟକ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟାବଳୀର ସମୀକ୍ଷା ଆଦି ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଥିଲେ ।
ଅନ୍ୟପକ୍ଷରେ ଗତ ୩ ବର୍ଷ ଧରି ସରକାରରେ ଥିବା ମନ୍ତ୍ରୀମାନଙ୍କର କାର୍ଯ୍ୟ ଓ ପ୍ରଶାସନିକ ଦକ୍ଷତା, ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ସ୍ଥାନୀୟ ଅଞ୍ଚଳରେ ଜନପ୍ରିୟତାକୁ ଆଧାର କରାଯିବ ବୋଲି ମଧ୍ୟ ପରୋକ୍ଷରେ ସୂଚାଇ ଦେଇଥିଲେ । ନିକଟରେ ବିଭିନ୍ନ ଜିଲାର ପଞ୍ଚାୟତ ସମୀକ୍ଷା ଏହାର ପ୍ରତିଫଳନ ବୋଲି କୁହାଯାଉଛି । ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନିମନ୍ତେ ଏହି ୩ଟି ପ୍ରସଙ୍ଗ ମୁଖ୍ୟ ଆଧାର ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ।
ରାଜ୍ୟପାଳ ଡକ୍ଟର ଏସ.ସି.ଜମିର ଏବେ ଭୁବନେଶ୍ୱରରେ ନାହାନ୍ତି । ମିଳିଥିବା ସୂଚନା ଅନୁସାରେ ଆସନ୍ତା ୬ତାରିଖ ସକାଳେ ତାଙ୍କର ଫେରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ୬ ତାରିଖ ସୁଦ୍ଧା ବିଜେଡ଼ିର ଜିଲାସ୍ତରୀୟ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଶେଷ ହେଉଛି । ଆସନ୍ତା ୮ତାରିଖରେ ମାଓ ମୁକାବିଲା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ଆହୁତ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏହି ଅବଧି ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କ ନୂଆ ଟିମ୍‌ ଗଠନ କରିବାର ଯୋଜନା ରହିଛି । ବିଶେଷ କରି ପଞ୍ଚାୟତ ନିର୍ବାଚନର ଫଳାଫଳ ଯେପରି ୨୦୧୯ ସାଧାରଣ ନିର୍ବାଚନକୁ ପ୍ରଭାବିତ ନକରେ ସେଥିପାଇଁ ସରକାର ଓ ସଙ୍ଗଠନରେ ବ୍ୟାପକ ଅଦଳବଦଳ କରି ନବୀନ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି ।
ଦଳୀୟ ମହଲରୁ ମିଳିଥିବା ସୂଚନା ଅନୁସାରେ ନବୀନ ଏଥର ତାଙ୍କ ନୂଆ ଟିମରେ କିଛି ବରିଷ୍ଠ, ଦକ୍ଷ ଓ ନୂଆ ଚେହେରାଙ୍କୁ ସାମିଲ କରିବାକୁ ମନସ୍ଥ କରିଛନ୍ତି । ପଞ୍ଚାୟତ ନିର୍ବାଚନ ପରେ ବିଜେପି ମାତ୍ରାଧିକ ସଫଳତା ପାଇ ଯେପରି ଉଲ୍ଲସିତ ଅଛି ଏବଂ ସଙ୍ଗଠନ ସଜାଡ଼ି ବିଜେଡ଼ିକୁ ଧରାଶୟୀ କରିବାର ଯୋଜନା ତିଆରି କରିଛି ତାହାର ମୁକାବିଲା ପାଇଁ ନବୀନବାବୁ କିଛି ଦିନ ହେଲା ସରକାର ଓ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ନୂଆ ନୂଆ କୌଶଳ ଆପଣାଇଛନ୍ତି । ସାଙ୍ଗଠନିକ ସ୍ଥିତି ସୁଧାରିବା ପାଇଁ ସେ କିଛି ଯୁବ ମନ୍ତ୍ରୀଙ୍କୁ ସଙ୍ଗଠନ ଦାୟିତ୍ୱ ଦେବାକୁ ସ୍ଥିର ହୋଇଛି । ବିଶେଷ କରି ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରଣବପ୍ରକାଶ ଦାସଙ୍କ ସମେତ ଅନ୍ୟ କେତେକ ଯୁବ ମନ୍ତ୍ରୀଙ୍କୁ ସଙ୍ଗଠନ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି । ଯୁବ ମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଭଳି କିଛି ଅଭିଜ୍ଞ ନେତାଙ୍କୁ ବି ସରକାର ଓ ସଙ୍ଗଠନ ଭିତରେ ସମନ୍ୱୟ ରକ୍ଷା ଦିଗରେ ନିୟୋଜିତ କରାଯିବା ପାଇଁ ଲକ୍ଷ୍ୟ ରହିଛି ।
ଅନ୍ୟପକ୍ଷରେ ମନ୍ତ୍ରୀ ପଦରେ ନିଜର  ଦକ୍ଷତା ପ୍ରତିପାଦନ କରିପାରି ନ ଥିବା କିଛି ବରିଷ୍ଠ ନେତାଙ୍କୁ ନୂଆ ଟିମରୁ ବାଦ ଦିଆଯିବାର ପ୍ରସ୍ତାବ ରହିଛି । ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା ସମୀକ୍ଷା କେବେଠାରୁ ଶେଷ ହୋଇଛି । ପୁଣି ପଞ୍ଚାୟତ ନିର୍ବାଚନରେ ଦଳୀୟ ନେତାଙ୍କ କାଟ୍‌ତି ପ୍ରମାଣିତ ହୋଇଛି  । ଏ ସବୁ ବିଷୟକୁ ଟିକିିନିଖି ଅନୁଧ୍ୟାନ କରାଯାଉଛି । ବିଶେଷ କରି ସରକାର ଓ ସଙ୍ଗଠନରେ ପାରଦର୍ଶିତା ଦେଖାଇବାରେ ସମର୍ଥ ହୋଇ ନ ଥିବା ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇପାରେ । ନିଜ ଜିଲା  ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ନେଇଥିବା ଜିଲାରେ ମନ୍ତ୍ରୀମାନଙ୍କ ସଫଳତାକୁ ତଉଲା ଯାଉଛି ।  ଏହି କ୍ରମରେ ମନ୍ତ୍ରୀ ଲାଲବିହାରୀ ହିମିରିକା, ଯୋଗେନ୍ଦ୍ର ବେହେରା, ପ୍ରଦୀପ ପାଣିଗ୍ରାହୀ, ପୁଷ୍ପେନ୍ଦ୍ର ସିଂହଦେଓ, ସୁଦାମ ମାର୍ଣ୍ଡି, ସ୍ନେହାଙ୍ଗିନୀ ଛୁରିଆଙ୍କ ମୁଣ୍ଡରେ ଡ଼େମୋକ୍ଲିସ ଖଣ୍ଡା ଝୁଲୁଛି  । ଅନ୍ୟପକ୍ଷରେ ବର୍ତ୍ତମାନ ବାଚସ୍ପତି ଥିବା ନିରଞ୍ଜନ ପୂଜାରୀଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଆଲୋଚନା ହେଉଛି । ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଓ ଉପ ବାଚସ୍ପତି ପଦ ଲାଗି ନୂଆ ନାଁ ଚର୍ଚ୍ଚାର ପରିଧିକୁ ଆସିଛି ।  ଦଳ ଭିତରେ ଉତ୍ତମ ଭାବମୂର୍ତ୍ତି ଥିବା କିଛି ନୂଆ ବିଧାୟକ ବି ନୂଆ ଟିମରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଛି । ଆସନ୍ତା ଦୁଇଦିନ ଭିତରେ ନୂଆ ମନ୍ତ୍ରିମଣ୍ଡଳ ଚେହେରାରେ ନବୀନ ଶେଷ ସ୍ପର୍ଶ ଦେଇପାରନ୍ତି ବୋଲି ସୂଚନା ମିଳିଛି ।

ଧନତେରାଶରେ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼

October 28, 2016

 ଭୁବନେଶ୍ୱର: ଆଜି ଧନତେରାସ୍। ବିଶ୍ୱାସ ରହିଛି ଆଜିର ଦିନରେ ସୁନାରୁପା କିମ୍ୱା ଅନ୍ୟ ଧାତୁରେ ତିଆରି ଜିନିଷ କିଣିଲେ ମା' ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରେ ସୁଖ ଶାନ୍ତି ବିରାଜମାନ କରିବା ସହ ଧନ ସମ୍ପତ୍ତି ବଢ଼ିଥାଏ। ଏଥିପାଇଁ ରାଜ୍ୟର ବିଭିନ୍ନ ସହରରେ ଅଳଙ୍କାର ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ଅଧିକ ଖବର...

ଶ୍ରୀମନ୍ଦିରରେ ଆମିଷ ଭୋଜନ ପରଷା ଲେଖା ପାଇଁ କ୍ଷମା ମାଗିଲା ଏୟାର ଇଣ୍ଡିଆ

October 28, 2016

  ପୁରୀ: ଶ୍ରୀମନ୍ଦିରରେ ରୋଷ ଶାଳାରେ ଆମିଷ ଭୋଜନ ପ୍ରସ୍ତୁତ କରାଯାଉଥିବା ଲେଖାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଜୋରଦାର ବିରୋଧ ପରେ ଆଜି ଏୟାର ଇଣ୍ଡିଆ ପକ୍ଷରୁ ଏନେଇ କ୍ଷମା ପ୍ରାର୍ଥନା କରାଯାଇଛି। ଟ୍ୱିଟ୍ କରି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନ କରିଛନ୍ତି।

ଅଧିକ ଖବର...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

October 28, 2016

 ସୁବର୍ଣ୍ଣପୁର୍ ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ଓ ଅଫିସ୍ ସମେତ୍ ୭ଟି ଜାଗାରେ ଅାଜି ଭିଜିଲାନ୍ସ ଅଧିକାରୀ ଚଢ଼ଉ କରି ୧ କୋଟି ୨୪ ଲକ୍ଷ ୯୦ ହଜାର୍ ଟଙ୍କାର୍ ସ୍ଥାବର୍ ଓ ଅସ୍ଥାବର ସମ୍ପତି ଠାବ କରିଛନ୍ତି। ସେ ୧୯୯୧ ମସିହା ବଲାଙ୍ଗିର୍ ଜିଲ୍ଲା ବେଙ୍ଗାମୁଣ୍ଡା ବ୍ଲକ୍ରେ ଷ୍ଟାଇପେଣ୍ଡି୍ର ଇଞ୍ଜିନିୟର୍ ଭାବେ ୨ହଜାର୍ ଟଙ୍କା ମାସିକ ଷ୍ଟାଇପେଣ୍ଡ୍ରେ କାମ ଅାରମ୍ଭ କରିଥିଲେ।

ଅଧିକ ଖବର...

ଗୁଳିମାଡ କରି ମୋଟର ସାଇକେଲ ଲୁଟ୍

October 28, 2016

 ପୂର୍ବାହ୍ନରେ ଭୂବନେଶ୍ୱର ଅଂଚଳର ତିନିଜଣ ଯୁବକ ଜିତେସ୍ ସିଂଙ୍ଗଦେବ, ସିର୍ଦ୍ଧାର୍ଥ ପଣ୍ଡା ଓ ବିଶ୍ୱନାଥ ପ୍ରତାପ କୌଣସି କାମରେ ଚାଇଁବସା ଗ୍ରାମକୁ ଯାଉଥିବା ସମୟରେ ଡୁବୁରି ଅଂଚଳରୁ ୩ ଜଣ ଯୁବକ ଏମାନଙ୍କୁ ପିଛା କରି ପଛରେ ଅାସିଥିଲେ। ବ୍ରାହ୍ମଣୀପାଳ ଠାରୁ ମାତ୍ର ୫ କି.ମି ଦୂରତା ରେମାଳ ଛକ ନିକଟ ଜଙ୍ଗଲ ପାଖରେ ପିଛାକରୁଥିବା ଯୁବକ ମାନେ ଅଚାନକ ଭାବରେ ଗୁଳିଚାଳନା କରିଥିବା ବେଳେ ଜିତେସଙ୍କ ଦେହରେ ଗୁଳିବାଜିଥିଲା।

ଅଧିକ ଖବର...

ଜନସଂପର୍କ ପଦଯାତ୍ରା ପାଇଁ ଶେରପୁରରେ ବିଜେଡି ପ୍ରସ୍ତୁତି ବୈଠକ

October 28, 2016

 ବିଜେଡି ଜନସଂପର୍କ ପଦାଯାତ୍ରା ପାଇଁ ପ୍ରସ୍ତୁତି ବେଌ୰ଙ୍ଘଲ୭;ଠକ ଅାୟୋଜିତ ହୋଇଯାଇଛି । ନୀଳମଣି ପୃଷ୍ଟିଙ୍କ ସଭାପତିତ୍ୱରେ ଅାୟୋଜିତ ଏହି ବେଌ୰ଙ୍ଘଲ୭;ଠକରେ ଏହି ପଦଯାତ୍ରାକୁ କିଭଳି ସଫଳ କରାଯିବ ତାକୁ ନେଇ ବିସ୍ତୃତ ଅାଲୋଚନା ହୋଇଥିଲା ।

ଅଧିକ ଖବର...