ମୁଖ୍ୟ ଖବର

ଆର୍‌ସିବିକୁ ହରାଇବା ଲକ୍ଷ୍ୟରେ ପଞ୍ଜାବ

May 5, 2017
ବାଙ୍ଗାଲୋର, ୪ା୫- ଆଇପିଏଲ୍‌-୧୦ରେ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ପଡ଼ିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) । ଅଦ୍ୟାବଧି ସମସ୍ତ ବିଭାଗରେ ଆର୍‌ସିବି ପରାସ୍ତ ହୋଇଛି । ଶୁକ୍ରବାର ଏଠାରେ ଘରୋଇ ଆର୍‌ସିବିର ମୁକାବିଲା କରିବାକୁ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଯାଉଛି । ଆର୍‌ସିବିକୁ ଆଉ ଏକ ପରାଜୟ ଦେବା ସହ ତା’ର ପ୍ଲେଅଫ୍‌ ଆଶା ବଜାୟ ରଖିବା ଲାଗି ପଞ୍ଜାବକୁ ଏହି ମ୍ୟାଚ୍‌ ନିଶ୍ଚିତ ଜିତିବାକୁ ପଡ଼ିବ; ତାହା ପୁଣି ବଡ଼ ବ୍ୟବଧାନରେ । ତେବେ ପଞ୍ଜାବ ପାଇଁ ଏହା ଏକ ସାନ୍ତ୍ୱନା ଯେ ଏହାକୁ ଆହୁରି ୫ଟି ମ୍ୟାଚ୍‌ ଖେଳିବାକୁ ବାକିଅଛି । ଏହି ୫ଟିରୁ ସବୁତକ କିମ୍ବା ଅତିକମ୍‌ରେ ୪ଟି ମ୍ୟାଚ୍‌ ଜିତିଲେ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କ ଦଳ ପ୍ଲେଅଫ୍‌ ଖେଳିବା ନିଶ୍ଚିତ କରିପାରିବ । ୯ଟି ମ୍ୟାଚ୍‌ରୁ ୪ଟି ମ୍ୟାଚ୍‌ ଜିତି ୮ ପଏଣ୍ଟ ସହ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଏବେ ୫ମ ସ୍ଥାନରେ ରହିଛି । ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ି ସାରିଥିବା ବାଙ୍ଗାଲୋର ୧୧ଟି ମ୍ୟାଚ୍‌ରୁ ୮ଟି ପରାଜୟ ଭୋଗି ପଏଣ୍ଟ ଟେବୁଲ୍‌ର ସର୍ବନିମ୍ନ ସ୍ଥାନରେ ରହିଛି । ତେଣୁ ପ୍ଲେଅଫ୍‌ ଖେଳିବା ଆଶା ବଜାୟ ରଖିବାକୁ ହେଲେ ପଞ୍ଜାବକୁ କାଲିର ମ୍ୟାଚ୍‌ ନିଶ୍ଚିତ ଜିତିବାକୁ ପଡ଼ିବ । ଅନ୍ୟପକ୍ଷରେ କେବଳ ସମ୍ମାନ ପାଇଁ ଆର୍‌ସିବି ଏହି ମ୍ୟାଚ୍‌ ଖେଳିବ । ପୁଣି ବାକି ୩ଟି ମ୍ୟାଚ୍‌ ଜିତି ମୁଣ୍ଡ ଉଚ୍ଚାକରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବାକୁ ବିରାଟ କୋହଲିଙ୍କ ଦଳ ଆଶାରଖିଛି ।
ଏହି ମ୍ୟାଚ୍‌ର ଫଳାଫଳ ଆର୍‌ସିବି ପାଇଁ ସେପରି ଗୁରୁତ୍ୱ ବହନ କରୁନଥିବା କାରଣରୁ ଏହି ଦଳ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପାଇଁ ମାରାତ୍ମକ ହୋଇପାରେ । ପୁଣି ଦଳର ଆଉ କିଛି ହାସଲ କରିବାର ନଥିବାରୁ କିଛି ଯୁବ ଖେଳାଳିଙ୍କୁ ଆର୍‌ସିବି ସୁଯୋଗ ଦେବାକୁ ଚାହିଁପାରେ । ଆନ୍ତର୍ଜାତିକ କ୍ରିକେଟ୍‌ରେ ଏକ ଚମକ୍ରାର ପ୍ରଦର୍ଶନ ପରେ ଆଇପିଏଲ୍‌ର ବିଫଳତା ବିରାଟ କୋହଲିଙ୍କ ପାଇଁ ଶକ୍ତ ଧକ୍କା ହୋଇଛି । ଦଳୀୟ ବିଫଳତା ସହ ବ୍ୟକ୍ତିଗତ ଭାବେ ବିରାଟ କୋହଲି ବିଫଳ ହେବା ତାଙ୍କୁ ଚିନ୍ତାରେ ପକାଇଛି । ଗତ ମ୍ୟାଚ୍‌ରେ ଦିଲ୍ଲୀ ଡେୟାରଡେଭିଲ୍‌ସକୁ ୧୦ ୱିକେଟରେ ହରାଇବା ପରେ କିଙ୍ଗ୍‌ସ ଏକାଦଶ ପଞ୍ଜାବର ମନୋବଳ ଦୃଢ଼ରହିଛି । ତେବେ ଆର୍‌ସିବି ବିପରୀତ ମାନସିକ ସ୍ଥିତିରେ ରହିଛି । ତେଣୁ କ୍ରମାଗତ ୨ୟ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ପଞ୍ଜାବ ଦଳ ରହିଛି । ସମସ୍ତ ମ୍ୟାଚ୍‌ ନ ଖେଳିବା ସତ୍ତ୍ୱେ ପଞ୍ଜାବ ପାଇଁ ସର୍ବାଧିକ ରନ୍‌ ସ୍କୋର୍‌ କରିଛନ୍ତି ହାସିମ୍‌ ଆମ୍‌ଲା । ଦକ୍ଷିଣ ଆଫ୍ରିକାର ଏହି ଓପ୍‌ନର ଗୋଟିଏ ଶତକ ସହ ୩୧୫ ରନ୍‌ କରିଛନ୍ତି । ଗତ ୨ଟି ମ୍ୟାଚ୍‌ରେ ସୁଯୋଗ ପାଇଥିବା ମାର୍ଟିନ୍‌ ଗପ୍‌ଟିଲ ମଧ୍ୟ ଭଲ ଫର୍ମରେ ନଜର ଆସୁଛନ୍ତି । ୯ଟି ମ୍ୟାଚ୍‌ରୁ ମାତ୍ର ୧୯୩ ରନ୍‌ କରିଥିବା ଗ୍ଲେନ୍‌ ମ୍ୟାକ୍ସୱେଲ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ତେଣୁ ଏହି ଅଷ୍ଟ୍ରେଲୀୟ ଏକ ବଡ଼ ଇନିଂସ ଖେଳିବାକୁ ଆଶା ରଖିଛନ୍ତି । ପଞ୍ଜାବ ଆଶାରଖିଛି ଯେ ଏହାର ବ୍ୟାଟିଂ ମିଳିତ ଭାବେ ସଫଳ ହେବ । ଏହାସହ ଗତ ମ୍ୟାଚ୍‌ରେ ଦୁଇ ପେସ୍‌ ବୋଲର ସନ୍ଦୀପ ଶର୍ମା ଓ ବରୁଣ ଆରୋନ୍‌ ଯେପରି ବୋଲିଂ କରିଥିଲେ; ପୁଣି ସେପରି କରନ୍ତୁ ବୋଲି ଦଳ ଆଶାରଖିବ । ଅନ୍ୟପକ୍ଷରେ ପେସ୍‌ ବୋଲର ଆର୍‌ସିବିକୁ ନିରାଶ କରିଛନ୍ତି । ତେବେ ଦୁଇ ଲେଗ୍‌ସ୍ପିନର ସାମୁଏଲ୍‌ ବଦ୍ରି (୯ଟି) ଓ ୟୁଜୁବେନ୍ଦ୍ର ଚହଲ (୧୧) ଦଳକୁ ସର୍ବାଧିକ ୱିକେଟ ନେଇଛନ୍ତି । ପଞ୍ଜାବ ପାଇଁ ସଫଳତମ ସ୍ପିନର ସାଜିଛନ୍ତି ବାମହାତି ଅକ୍ଷର ପଟେଲ । ଶେଷରେ ଏତିକୁ କୁହା ଯାଇପାରେ ଯେ ଆଇପିଏଲ୍‌ ଖେଳି ଫେରିବା ପୂର୍ବରୁ ସେମାନଙ୍କ ବ୍ୟାଟିଂର ଝଲକ ଦେଖାଇବାକୁ କ୍ରିସ୍‌ ଗେଲ୍‌ ଓ ଏବି ଡି’ଭିଲିଅର୍ସ ନିଶ୍ଚୟ ଚାହିଁବେ ।

ଧନତେରାଶରେ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼

October 28, 2016

 ଭୁବନେଶ୍ୱର: ଆଜି ଧନତେରାସ୍। ବିଶ୍ୱାସ ରହିଛି ଆଜିର ଦିନରେ ସୁନାରୁପା କିମ୍ୱା ଅନ୍ୟ ଧାତୁରେ ତିଆରି ଜିନିଷ କିଣିଲେ ମା' ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରେ ସୁଖ ଶାନ୍ତି ବିରାଜମାନ କରିବା ସହ ଧନ ସମ୍ପତ୍ତି ବଢ଼ିଥାଏ। ଏଥିପାଇଁ ରାଜ୍ୟର ବିଭିନ୍ନ ସହରରେ ଅଳଙ୍କାର ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ଅଧିକ ଖବର...

ଶ୍ରୀମନ୍ଦିରରେ ଆମିଷ ଭୋଜନ ପରଷା ଲେଖା ପାଇଁ କ୍ଷମା ମାଗିଲା ଏୟାର ଇଣ୍ଡିଆ

October 28, 2016

  ପୁରୀ: ଶ୍ରୀମନ୍ଦିରରେ ରୋଷ ଶାଳାରେ ଆମିଷ ଭୋଜନ ପ୍ରସ୍ତୁତ କରାଯାଉଥିବା ଲେଖାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଜୋରଦାର ବିରୋଧ ପରେ ଆଜି ଏୟାର ଇଣ୍ଡିଆ ପକ୍ଷରୁ ଏନେଇ କ୍ଷମା ପ୍ରାର୍ଥନା କରାଯାଇଛି। ଟ୍ୱିଟ୍ କରି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନ କରିଛନ୍ତି।

ଅଧିକ ଖବର...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

October 28, 2016

 ସୁବର୍ଣ୍ଣପୁର୍ ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ଓ ଅଫିସ୍ ସମେତ୍ ୭ଟି ଜାଗାରେ ଅାଜି ଭିଜିଲାନ୍ସ ଅଧିକାରୀ ଚଢ଼ଉ କରି ୧ କୋଟି ୨୪ ଲକ୍ଷ ୯୦ ହଜାର୍ ଟଙ୍କାର୍ ସ୍ଥାବର୍ ଓ ଅସ୍ଥାବର ସମ୍ପତି ଠାବ କରିଛନ୍ତି। ସେ ୧୯୯୧ ମସିହା ବଲାଙ୍ଗିର୍ ଜିଲ୍ଲା ବେଙ୍ଗାମୁଣ୍ଡା ବ୍ଲକ୍ରେ ଷ୍ଟାଇପେଣ୍ଡି୍ର ଇଞ୍ଜିନିୟର୍ ଭାବେ ୨ହଜାର୍ ଟଙ୍କା ମାସିକ ଷ୍ଟାଇପେଣ୍ଡ୍ରେ କାମ ଅାରମ୍ଭ କରିଥିଲେ।

ଅଧିକ ଖବର...

ଗୁଳିମାଡ କରି ମୋଟର ସାଇକେଲ ଲୁଟ୍

October 28, 2016

 ପୂର୍ବାହ୍ନରେ ଭୂବନେଶ୍ୱର ଅଂଚଳର ତିନିଜଣ ଯୁବକ ଜିତେସ୍ ସିଂଙ୍ଗଦେବ, ସିର୍ଦ୍ଧାର୍ଥ ପଣ୍ଡା ଓ ବିଶ୍ୱନାଥ ପ୍ରତାପ କୌଣସି କାମରେ ଚାଇଁବସା ଗ୍ରାମକୁ ଯାଉଥିବା ସମୟରେ ଡୁବୁରି ଅଂଚଳରୁ ୩ ଜଣ ଯୁବକ ଏମାନଙ୍କୁ ପିଛା କରି ପଛରେ ଅାସିଥିଲେ। ବ୍ରାହ୍ମଣୀପାଳ ଠାରୁ ମାତ୍ର ୫ କି.ମି ଦୂରତା ରେମାଳ ଛକ ନିକଟ ଜଙ୍ଗଲ ପାଖରେ ପିଛାକରୁଥିବା ଯୁବକ ମାନେ ଅଚାନକ ଭାବରେ ଗୁଳିଚାଳନା କରିଥିବା ବେଳେ ଜିତେସଙ୍କ ଦେହରେ ଗୁଳିବାଜିଥିଲା।

ଅଧିକ ଖବର...

ଜନସଂପର୍କ ପଦଯାତ୍ରା ପାଇଁ ଶେରପୁରରେ ବିଜେଡି ପ୍ରସ୍ତୁତି ବୈଠକ

October 28, 2016

 ବିଜେଡି ଜନସଂପର୍କ ପଦାଯାତ୍ରା ପାଇଁ ପ୍ରସ୍ତୁତି ବେଌ୰ଙ୍ଘଲ୭;ଠକ ଅାୟୋଜିତ ହୋଇଯାଇଛି । ନୀଳମଣି ପୃଷ୍ଟିଙ୍କ ସଭାପତିତ୍ୱରେ ଅାୟୋଜିତ ଏହି ବେଌ୰ଙ୍ଘଲ୭;ଠକରେ ଏହି ପଦଯାତ୍ରାକୁ କିଭଳି ସଫଳ କରାଯିବ ତାକୁ ନେଇ ବିସ୍ତୃତ ଅାଲୋଚନା ହୋଇଥିଲା ।

ଅଧିକ ଖବର...